www.samajalive.in
Saturday, December 13, 2025
21.1 C
Bhubaneswar

 ତେଲୁଗୁ ସମ୍ପ୍ରଦାୟର ନୂଆବର୍ଷ : ଉଗାଦି ପର୍ବ ପାଳନ

ମାଲକାନଗିରି- ବିଭିନ୍ନ ସ୍ଥାନରେ ପାଳିତ ହେଉଛ ହିନ୍ଦୁ ନବ ବର୍ଷ । ଭିନ୍ନ ସମ୍ପ୍ରଦାୟର ଲୋକେ ବିଭିନ ଭାବର ଏହି ନୂଆ ବର୍ଷକୁ ପାଳିଛନ୍ତି । ତେଲୁଗୁ ସମ୍ପ୍ରଦାୟରେ ନୂଆ ବର୍ଷକୁ ଉଗାଦି’ ଭାବେ ପାଳନ କରିଛନ୍ତି । ଯାହାକି ଉଗାଦି ପର୍ବ ଭାବେ ଜଣାଯାଏ । ଆନ୍ଧ୍ର, ତେଲେଙ୍ଗାନା ସମେତ ଓଡ଼ିଶାରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଧମୁଧାମରେ ଏହି ଉଗାଦି ପାଳନ କରିଥାନ୍ତିି । ବିଶେଷ କରି କୋତା ଅମାବାସ୍ୟା ପର ଦିନ ଏହି ଉଗାଦି ପାଳନ କରିବାର ରହିଛି ପରମ୍ପରା ।

ଆମ୍ବ ସହ ନୂତନ ତେନ୍ତୁଳି , ନିମ୍ବ ଫୁଲ , କଦଳୀ ଓ ଗୁଡ ମିଶାଇ ଏକ ସ୍ୱତନ୍ତ୍ର ମିଶ୍ରଣ କରାଯାଇଥାଏ । ଯାହାକି ଠାକୁରଙ୍କ ନିକଟରେ ଭୋଗ ଲଗାଯିବାର  ପରମ୍ପରା ରହିଛି । ଆଉ ତାପରେ ଏହି ପ୍ରସାଦ ସେବନ କରି ଲୋକେ  ଉଗାଦି ପାଳନ  କରିଥାନ୍ତି । ପରିବାର ଲୋକେ ନୂତନ ବସ୍ତ୍ର ପରିଧାନ କରି ପରସ୍ପରକୁ ଜୁହାର କରିଥାନ୍ତି । ସବୁଠୁ ବଡ କଥା ହେଲା ଏହି ଉଗାଦି’ରେ ଲୋକେ ନିଜ ସାମର୍ଥ୍ୟ ଅନୁସାରେ ସୁନା ଅଳଙ୍କାର, ଜମି ଓ ଗୋରୁ ଆଦି କ୍ରୟ କରିଥାନ୍ତି । ଚାଷୀ କୁଳ ବିହନକୁ ପୂଜା କରି ଅକ୍ଷି ମୁଠି ଅନୁକୁଳ କରନ୍ତି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories