www.samajalive.in
Saturday, December 13, 2025
21.1 C
Bhubaneswar

ମେଗା ଯୁବ ଦକ୍ଷତା ବିକାଶ ଓ ଆନନ୍ଦ ଅନୁଭୁତି ଶିବିର ଉଦଯାପିତ

ବୌଦ୍ଧ: ବୌଦ୍ଧଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ନେଇ ଦକ୍ଷତା ବିକାଶ ଓ ଆନନ୍ଦ ଅନୁଭୂତି ଶିବିର ୧୦ ଗୋଟି ସ୍ଥାନରେ ଉଦଯାପିତ ହୋଇଯାଇଛି। ଜିଲ୍ଲା ମ୍ୟୁଜିୟମ ଠାରେ ଜିଲ୍ଲାସ୍ତରୀୟ ଉଦଯାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା,ଆର୍ଟ ଅଫ ଲିଭଙ୍ଗର ବରିଷ୍ଠ ଶିକ୍ଷକ ରଂଜନ ସାହୁ, ଶିକ୍ଷୟତ୍ରୀ ପ୍ରମିଳା ନାଥ, ଅନୁସୟା ସାହୁ ଯୋଗଦେଇଥିଲେ। ଜିଲ୍ଲ ସୁଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ଗୁରୁ,ଅଧ୍ୟାପକ ଶିବ ନାରାୟଣ ମେହେର, କେବି ହିଷ୍ଟି କଲେଜର ଅଧ୍ୟାପକ ସୁରେନ୍ଦ୍ର ମହାକୁଡ ଉପସ୍ଥିତ ଥିଲେ। ଅଧ୍ୟାପକ ପ୍ରବିର ଦାସ ମଂଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ବହୁ ମହାବିଦ୍ୟାଳୟର ଛାତ୍ରଛତ୍ରୀ ମାନେ ଯୋଗ ଦେଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories