www.samajalive.in
Saturday, December 13, 2025
26.1 C
Bhubaneswar

ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ସମବାୟ ସମିତି ପରିସରେ ୨ଟି ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଘୁନେଶ ସମବାୟ ସମିତି ଲିମିଟେଡ଼ର ସଭାପତି ଗଣେଶ ଧରୁଆଙ୍କ ସଭାପତ୍ୱ କରିଥିବା ବେଳେ, ଘୁନେଶ ପଞ୍ଚାୟତ ସରପଞ୍ଚ ଲାୟବନି ଭୋଇ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ବଡ଼ବାଙ୍କି ପଞ୍ଚାୟତ ସରପଞ୍ଚ ଡୋଳାଧର ବାଗ, ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ କଣ୍ଟାବାଞ୍ଜି ଶାଖା ପ୍ରବନ୍ଧକ ଯୋଗେଶ୍ୱର ମାଝୀ, ବଡ଼ବାଙ୍କି ସମିତି ସଭ୍ୟ ରବି ଟାକ୍ରୀ, ତୁରେକେଲା ସୁପରଭାଇଜର ଦକ୍ଷ ରାଜ ମାଝୀ, ବରିଷ୍ଠ ଚାଷୀ ଗୁପ୍ତେଶ୍ୱର ବେହେରା, ଯୁଗେଶ୍ୱର ନିଆଲ, ରତ୍ନାକର ଠେଲା ମଞ୍ଚାସିନ ଥିଲେ। ଏହି କର୍ମଶାଳାରେ ଚାଷୀ ମାନଙ୍କୁ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉ ଥିବା ବିଭିହ୍ନ ରୁଣ ସମ୍ପର୍କରେ ଓ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯାଉଥିବା, ବିଷଦ ଭାବରେ ଉପସ୍ଥିତ ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ସଚେତନ କରା ଯାଇଥିଲା। ତେଣୁ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ଲାଭ ଉଠାଇ ଆତ୍ମନିର୍ଭର ଶିଳ ହେବା ସହ ଠିକ ସମୟରେ ଋଣ ପରିଶୋଧ କରିଵାକୁ କଣ୍ଟାବାଞ୍ଜି ବ୍ୟାଙ୍କ ଶାଖା ପ୍ରବନ୍ଧକ ମାଝୀ ସମସ୍ତଙ୍କୁ ନିବେଦନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories