www.samajalive.in
Sunday, December 14, 2025
14.1 C
Bhubaneswar

ମା’ କାଳୀଙ୍କ ସହ ପ୍ରତ୍ୟକ୍ଷ କଥା ହେଉଥିବା ପରମଭକ୍ତ

ପଶ୍ଚିମବଙ୍ଗ ହୁଗୁଳି ଜିଲାର କାମାରପୁକୁର ଗାଁରେ ରାମକୃଷ୍ଣ ୧୮୩୬ ମସିହା ଫେବୃୟାରୀ ୧୮ରେ ଜନ୍ମଗ୍ରହଣ କରିଥିଲେ। ବାପା-ମା’ ତାଙ୍କ ନାଁ ଶ୍ରଦ୍ଧାରେ ଗଦାଧର ଦେଇଥିଲେ। ପିଲାଟିଦିନରୁ ସେ ଭାରି ଈଶ୍ବରବିଶ୍ବାସୀ ଥିଲେ। ଅତି କମ୍ ବୟସରେ ତାଙ୍କ ବାପାଙ୍କର ପରଲୋକ ହେବାରୁ ଗଦାଧର ପାଠପଢ଼ା ପ୍ରତି ମନ ନ ଦେଇ ଯୋଗଧ୍ୟାନ ପ୍ରତି ଆଗ୍ରହୀ ହେଲେ। ପୌରାଣିକ ବହି ପଢ଼ାରେ ସେ ମନ ଦେଉଥିଲେ। ଚିତ୍ର ଅଙ୍କାରେ ବି ତାଙ୍କର ଖୁବ୍ ରୁଚି ଥିଲା।

ଗଙ୍ଗାନଦୀ କୂଳରେ ଥିବା ଦକ୍ଷିଣେଶ୍ବର ମା’ କାଳୀଙ୍କର ମନ୍ଦିରରେ ତାଙ୍କ ବଡ଼ଭାଇ ପୂଜକ ଥିଲେ। ଗଦାଧର ମଧ୍ୟ ତାଙ୍କ ସାଙ୍ଗରେ ଯାଉଥିଲେ। ସେଇଠାରେ ସେ ମା’ କାଳୀଙ୍କର ପରମଭକ୍ତ ପାଲଟିଲେ।

- Advertisement -

ପରେ ଜଣେ ସନ୍ନ୍ୟାସୀଙ୍କ ନିକଟରୁ ଦୀକ୍ଷା ନେଇ ସେ ରାମକୃଷ୍ଣ ପରମହଂସ ହୋଇଥିଲେ। ୧୮୮୬ ମସିହା ଅଗଷ୍ଟ ୧୬ରେ ରାମକୃଷ୍ଣ ପରମହଂସ ଶରୀର ତ୍ୟାଗ କରିଥିଲେ। ତାଙ୍କ ପ୍ରଧାନଶିଷ୍ୟ ସ୍ବାମୀ ବିବେକାନନ୍ଦ ଗୁରୁଙ୍କ ନାମରେ ‘ରାମକୃଷ୍ଣ ମିଶନ୍’ ପ୍ରତିଷ୍ଠା କରିଥିଲେ, ଏହି ମିଶନ୍ ଜରିଆରେ ଅସହାୟଲୋକଙ୍କ ସେବା କରାଯାଉଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories