www.samajalive.in
Saturday, December 13, 2025
26.1 C
Bhubaneswar

ସି’ସୋର କମ୍ପାନୀ ଅଧ୍ୟକ୍ଷ ପ୍ରଶାନ୍ତ ଦାଶଙ୍କ ଦ୍ୱାରା ଆଗତ ପକ୍ଷଭୁକ୍ତ ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କଲେ-ସାହାରା ଗୋଷ୍ଠୀ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା,ଘୋଷଣା କରିବେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ : ସାହାରା ଗୋଷ୍ଠୀ (ଗ୍ରୁପ୍‌) ଜମାକାରୀଙ୍କ ଅର୍ଥ ଫେରସ୍ତ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ପ୍ରକ୍ରିୟା ଘୋଷଣା କରିବେ। ସୋମବାର ବିଚାରପତି ଏମ. ଆର. ଶାହ ଏବଂ ବିଚାରପତି ସି. ଟି. ରବିକୁମାରଙ୍କ ଖଣ୍ଡପୀଠରେ ପିନାକ ପାଣି ମହାନ୍ତି ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣିବେଳେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦ୍ୱାରା ସାହାରା ଗୋଷ୍ଠୀ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରସ୍ତାବକୁ ନେଇ ନ୍ୟାୟାଳୟ ସହମତି ପ୍ରକାଶ କରି ରାୟ ସଂରକ୍ଷିତ ରଖିଛନ୍ତି। ସେହିପରି ଚିଟ୍‌ଫଣ୍ଡ ଠକେଇ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶସତ୍ତ୍ବେ ‘ସି’ସୋର ଗୃପ ଅଫ କମ୍ପାନୀ’ ବିରୋଧରେ ଜମାକାରୀଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ଥାନାରେ ୧୯ଟି ମାମଲା ରୁଜ୍ଜୁ ହୋଇଛି। ଏଗୁଡିକର ତଦନ୍ତ ଭାର ଏପର୍ଯ୍ୟନ୍ତ ସିବିଆଇ ନେଇ ନାହିଁ ଏବଂ ଜମାକାରୀଙ୍କ ଜମା ଟଙ୍କା ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ କମ୍ପାନୀର ସମ୍ପତ୍ତି ନିଲାମ କରିବାକୁ ସି’ସୋର କମ୍ପାନୀ ଅଧ୍ୟକ୍ଷ ପ୍ରଶାନ୍ତ ଦାଶଙ୍କ ଦ୍ୱାରା ଆଗତ ପକ୍ଷଭୁକ୍ତ ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ମୂଳ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୮କୁ ଧାର୍ଯ୍ୟ ହୋଇଛି।

ପୂର୍ବରୁ ଶୁକ୍ରବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରସ୍ତାବ ଦେଇଥିଲେ ଯେ ସାହାରା-ସେବି ଫେରସ୍ତ ଖାତାରେ ପଡ଼ିରହିଥିବା ୨୩,୯୩୭ କୋଟି ରାଶିରୁ ୫ ହଜାର କୋଟି ଟଙ୍କା ‘ସାହାରା ଗୃପ୍‌ ଅଫ୍‌ କୋପରିଟିଭ ସୋସାଇ’ଟି ଦ୍ୱାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ ଲାଗି ନ୍ୟାୟାଳୟ ଅନୁମତି ପ୍ରଦାନ କରନ୍ତୁ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ବି. ଏନ. ଅଗ୍ରୱାଲଙ୍କ ତତ୍ତ୍ବାବଧାନତାରେ କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା କ୍ଷମତା ଦିଆଯାଉ।

- Advertisement -

ତେବେ ଟଙ୍କା ଫେରସ୍ତ ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟାଳୟଙ୍କ କେଉଁ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବାବଧାନତାରେ ହେବ, ପ୍ରକିୟା କ’ଣ ରହିବ ଏବଂ ଟଙ୍କା ଫେରସ୍ତ ଦାୟିତ୍ୱ କେଉଁ ସଂସ୍ଥା ହାତରେ ନ୍ୟସ୍ତ କରାଯିବ ସେନେଇ ଖଣ୍ଡପୀଠ ରାୟ ଘୋଷଣା କରିବେ ବୋଲି ସ୍ପଷ୍ଟ କରିଥିଲେ। ମାମଲାର ଶୁଣାଣି ବେଳେ ବିଚାରପତି ଏମ. ଆର. ଶାହ ଜାଣିବାକୁ ଚାହିଁଥିଲେ ଯେ କ୍ଷତିଗ୍ରସ୍ତ ଜମାକାରୀ କେମିତି ତାଙ୍କ ଜମା ଅର୍ଥ ଫେରିପାଇବେ। ସଲିସିଟର ଜେନେରାଲ ମେହେଟ୍ଟା ଜଣାଇଥିଲେ ଯେ ପରିଚୟପତ୍ର ଏବଂ ଜମା ଚୁକ୍ତିନାମା (ବଣ୍ଡ୍‌) ଦେଖାଇ ଜମାକାରୀ ନିଜର ଦାବି ଉପସ୍ଥାପନ କରିପାରିବେ।

କ୍ଷତିଗ୍ରସ୍ତ ଜମାକାରୀଙ୍କ ତରଫରୁ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର ଏବଂ ସୁରେଶ ଚନ୍ଦ୍ର ତ୍ରିପାଠୀ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଥିଲେ ଯେ କେନ୍ଦ୍ର ସରକାରଙ୍କ ସତ୍ୟପାଠରେ ‘ସାହାରା ଗ୍ରୁପ ଅଫ କମ୍ପାନୀ’ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମା ଅର୍ଥ ବିଷୟରେ ଉଲ୍ଲେଖ ରହିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶମତେ ସିବିଆଇ ତଦନ୍ତ ପରିସରଭୁକ୍ତ ଅନ୍ୟ ୪୪ ଟି ଚିଟ୍‌ଫଣ୍ଡ କମ୍ପାନୀ ବିଷୟରେ ଉଲ୍ଲେଖ ନାହିଁ। ପ୍ରତିଉତ୍ତରରେ ସଲିସିଟର ଜେନେରାଲ ମେହେଟ୍ଟା ଦର୍ଶାଇଥିଲେ ଯେ ଏହି ୪୪ ଟି କମ୍ପାନୀ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ ଏବଂ ସାହାରା ଗୋଷ୍ଠୀ ଜମକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଏହି ୪୪ ଟି କମ୍ପାନୀ ପାଇଁ ମଧ୍ୟ ଲାଗୁ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories