ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ କାଙ୍କେର ଜିଲାରେ ପୁଣି ମାତିଲେ ମାଓବାଦୀ । ଠିକା କମ୍ପାନୀର ୧୦ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ। ବିକାଶ କାର୍ଯ୍ୟକୁ ପୁଣି ଥରେ ବିରୋଧ କରିଛନ୍ତି ମାଓବାଦୀ। କାଙ୍କେର ଜିଲାର ଆଲପରସ ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ଠିକା କମ୍ପାନୀର ୧୦ଟି ଗାଡିକୁ ନିଆଁ ଲଗାଇ ପୋଡି ଦେବା ସହ ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ହିଂସା କାଣ୍ଡ ପରେ ସୁରକ୍ଷା କର୍ମୀଙ୍କୁ ଘଟଣା ସ୍ତଳକୁ ପଠା ଯାଇଥିବା ନେଇ କାଙ୍କେର ଏସପି ସୌଲଭ ସିହ୍ନା ସୂଚନା ଦେଇଛନ୍ତି।
Popular Categories



