୩୩ ବର୍ଷରେ ପାଦ ଦେଇଛନ୍ତି କ୍ରିଷ୍ଟାଲ୍ ଡିସୁଜା
ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରିଷ୍ଟାଲ୍ ଡିସୁଜା ୩୩ ବର୍ଷରେ ପାଦ ଦେଇଛନ୍ତି। ୨୦୦୭ରେ ଟେଲିଜଗତରେ ସେ ‘କହୋ ନା କହୋ’ ଧାରାବାହିକରେ କାମ କରି କ୍ୟାରିୟର ଆରମ୍ଭ କରିଥିଲେ। ତା’ ପରେ ‘ଏକ ହଜାରୋଁ ପେ ମେରି ବେହନା ହୈ’ ପାଇଁ ସେ ହିଟ୍ ନାୟିକାର ପରିଚୟ ପାଇଲେ। କ୍ରିଷ୍ଟାଲ୍ ଏବେ ଟିଭିଜଗତରେ ସବୁଠୁ ଅଧିକ ପାଉଣା ପାଉଥିବା ଅଭିନେତ୍ରୀ, ଇନଷ୍ଟାଗ୍ରାମ୍ରେ ବି ତାଙ୍କ ପ୍ରଶଂସକ ସଂଖ୍ୟା ବଢ଼ିଚାଲିଛନ୍ତି।
ସୁପରହିଟ୍ ଅଭିନେତ୍ରୀ କ୍ରିଷ୍ଟାଲ୍ ଅଭିନୟଜଗତକୁ ଆସିବାକୁ ଜମାରୁ ଚାହୁଁନଥିଲେ। ତାଙ୍କ ଲକ୍ଷ୍ୟ ଥିଲା ବିମାନ ପରିଚାରିକା ହୋଇ ଗଗନରେ ଉଡ଼ିବେ। ଭାଗ୍ୟ କିନ୍ତୁ ତାଙ୍କ ପାଇଁ ଅଲଗା କିଛି ସ୍ଥିର କରିଥିଲା।
ବିମାନ ପରିଚାରିକା ପାଇଁ ପାଠ୍ୟକ୍ରମରେ ଭର୍ତ୍ତି ହେବା ସମୟରେ ଗୋଟିଏ ବିଜ୍ଞାପନରେ କ୍ରିଷ୍ଟାଲ୍ଙ୍କୁ ସୁଯୋଗ ମିଳିଲା। ସାଙ୍ଗସାଥୀଙ୍କ ପରାମର୍ଶରେ ସେ କାମ ବି କଲେ। ସେଇଠୁ ତାଙ୍କୁ ଟେଲିଜଗତର ଅଫର୍ ଆସିଲା। ପାଠପଢ଼ାକୁ ଅଧାରୁ ରଖି କ୍ରିଷ୍ଟାଲ୍ ଏପାଖେ ତାଙ୍କ ଟେଲି କ୍ୟାରିୟରକୁ ଆଗକୁ ବଢ଼ାଇଥିଲେ।
Comments are closed.