www.samajalive.in
Saturday, December 13, 2025
26.1 C
Bhubaneswar

ଗଞ୍ଜେଇ ସହ ବୋଲେରୋ ଜବତ; ୩ ଗିରଫ

ସମ୍ବଲପୁର : ସମ୍ବଲପୁର ଦେଇ ନିୟମିତ ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚାଲାଣ କରାଯାଉଥିବାରୁ ଅବକାରୀ ବିଭାଗ ପାଟ୍ରୋଲିଂ ଓ ଚେକିଂ କରୁଛି। ଏହି କ୍ରମରେ ସୋମବାର ଅଇଁଠାପାଲି ଥାନା ସମ୍ମୁଖ ଦେଇ ଚାଲାଣ ହେଉଥିବା ଗଞ୍ଜେଇ ସମେତ ବୋଲେରୋ ଗାଡିକୁ ଅବକାରୀ ଦଳ ଧରିଛି। ଏଥିସହ ୩ ଜଣଙ୍କୁ ଗିରଫ କରାଯାଇଛି।

ଅବକାରୀ ଦଳ ଅଇଁଠପାଲି ଥାନା ନିକଟରେ ଥିବା ବାଟ ମଙ୍ଗଳା ମନ୍ଦିର ସମ୍ମୁଖରେ ଗାଡିକୁ ଅଟକାଇଥିଲେ। ଯାଞ୍ଚ ସମୟରେ ଲୁକ୍କାୟିତ ଭାବରେ ୨ଟି ଜରି ବସ୍ତାରେ ରଖାଯାଇଥିବା ୪୨ କିଗ୍ରା ଅବୈଧ ଗଞ୍ଜେଇକୁ ଜବତ କରାଯାଇଥିଲା। ଏହି ଗଞ୍ଜେଇକୁ ସୋନପୁର ଜିଲାରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ କରାଯାଉଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଗାଡିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଅବକାରୀ ପୁଲିସ ବିହାର ରାଜ୍ୟ ଭୋଜପୁର ଜିଲା ନିବାସୀ ବିନୋଦ କୁମାର(୪୪), ବଲାଙ୍ଗୀର ଜିଲା ନିବାସୀ ଦତ୍ତରାମ ଭୋଇ(୪୦) ଏବଂ ଫଗୁଣ ବଘାର(୪୬)ଙ୍କୁ ଗିରଫ କରିଛି। ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ଅଭିଯୁକ୍ତମାନଙ୍କୁ ଅଦାଲତକୁ ଚାଲାଣ କରିଛି। ଏହି ଘଟଣାରେ ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ଏବଂ ନିଶା ଉପରେ ଚଢ଼ଉ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories