www.samajalive.in
Saturday, December 13, 2025
21.1 C
Bhubaneswar

ଅବକାରୀ ବିଭାଗର ଚଢ଼ାଉ: ୪୦ ଡିସମିଲ ଜମିରେ ୧୦ ହଜାର ଅଫିମ ଚାଷ ନଷ୍ଟ, ଅନୁମାନିକ ମୂଲ୍ୟ ଏକ କୋଟି

ରେଢ଼ାଖୋଲ: ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ନକାଟିଦେଉଳ ବ୍ଲକ ଗୋପାଳପୁର ଗ୍ରାମରେ ବେଆଇନ ଅଫିମ ଚାଷ କରାଯାଇଥିଲା। ଖବର ପାଇ ସମ୍ବଲପୁର ଅବକାରୀ ବିଭାଗ ଗୋପାଳପୁର ଗ୍ରାମରେ ପହଞ୍ଚି ଥିଲା। ସେଠାରେ ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଚାଷ ହୋଇଥିବା ଅଫିମ ଗଛ ନଷ୍ଟ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ପକ୍ଷରୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

ରେଢ଼ାଖୋଲ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ ଠାବ କରାଯାଇଥିଲା। ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ରେଢାଖୋଲ ଅବକାରୀ ବିଭାଗର ସହ ରେଢାଖୋଲ ପୁଲିସ ଏବଂ ନାକଟିଦେଓଲ ତହସିଲଦାରର ମିଳିତ ଭାବେ ଚଢାଉ କରିଥିଲେ। ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ୨ଜଣଙ୍କୁ ଅଟକ ରଖାଯାଇଛି।

- Advertisement -

ରେଢାଖୋଲ ଅଞ୍ଚଳରେ ପ୍ରଥମ ଥର ଅଫିମ ଚାଷ ହୋଇଥିଲା। ୪୦ ଡିସମିଲ ଜମିରେ ୧୦ ହଜାର ଅଫିମ ଗଛ ଚାଷ କରାଯାଇଥିଲା, ଯାହାକୁ ଚଢ଼ାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରି ଦିଆଯାଇଛି। ନଷ୍ଟ କରାଯାଇଥିବା ୧୦ ହଜାର ଅଫିମ ଗଛର  ଅନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories