www.samajalive.in
Saturday, December 13, 2025
26.1 C
Bhubaneswar

କଖଡିରେ ହରିହର ଭେଟ

ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ଠାରେ ପ୍ରଭୂ ଧବଳେଶ୍ୱର ଓ ସର୍ପେଶ୍ୱରଙ୍କ ହରିହର ଭେଟ ସଂପନ୍ନ ହୋଇଛି। ଏହି ଦୁର୍ଲ୍ଲଭ ଭେଟକୁ ଦେଖିବା ପାଇଁ ଶହଶହ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ରାଜାରଜୁଡାଙ୍କ ସମୟରୁ ଭାଇଚାରା ଓ ସାମାଜିକ ସଂହତି ପାଇଁ କଖଡି ଠାରେ ପ୍ରଭୂଙ୍କ ହରିହର ଭେଟ ହୋଇଆସୁଅଛି।

ପୂର୍ବରୁ ଆଠଗଡ ର ଧବଳେଶ୍ୱର ଓ ସର୍ପେଶ୍ୱର ଗଡଜାତ ଶାସନାଧିନ ରହିଥିଲା। ହେଲେ କଖଡି ମୋଗଲବନ୍ଦୀ ଅଞ୍ଚଳ ଭାବରେ ଖ୍ୟାତ ଥିଲା। ଉଭୟ ଅଞ୍ଚଳରେ ଭାତୃତ୍ୱ ଓ ସଂହତି ବୃଦ୍ଧି କରିବା ନିମନ୍ତେ ଦୋଳ ଉତ୍ସବର ୧୧ଦୋଳରେ କଖଡି ଠାରେ ରାଜା ହରିହର ଭେଟ କରାଇଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ହରିହର ଭେଟ ଅନୁଷ୍ଠିତ ହୋଇଆସୁଛି। କଖଡି ଗ୍ରାମବାସୀ ପ୍ରଭୂ ଧବଳେଶ୍ୱରଙ୍କୁ ଘାଟକୂଳ ଠାରୁ ରୋଷଣିରେ ପାଲାତୋଟା ନିକଟକୁ ପାଛୋଟି ଆଣିଥିବା ବେଳେ ବ୍ରହ୍ମପୁର ଗ୍ରାମବାସୀମାନେ ମହାପ୍ରଭୂ ସର୍ପେଶ୍ୱରଙ୍କୁ ରୋଷଣି ମାଧ୍ୟମରେ ଦୁଇକିଲୋମିଟର କଖଡି ପର୍ଯ୍ୟନ୍ତ ଆଣିଥିଲେ।

- Advertisement -

କଖଡି ପାଲାତୋଟା ଠାରେ ଅନ୍ୟ ଦିଅଁମାନଙ୍କ ଉପସ୍ଥିତିରେ ପ୍ରଭୂ ସର୍ପେଶ୍ୱର ଓ ଧବଳେଶ୍ୱରଙ୍କ ହରିହର ଭେଟ ଅନୁଷ୍ଠିତ ହେବା ସହ ଗ୍ରାମକମିଟି ପକ୍ଷରୁ ଦିଅଁଙ୍କୁ ପୂଜାର୍ଚ୍ଚନା କରାଯିବା ସଂଗେ ସଂଗେ ନୈବେଦ୍ୟ ପ୍ରଦାନ କରାଯାଇଥିଲା। ଗ୍ରାମ କମିଟିର ସଭାପତି ଦୀଲିପ ଛତାରଙ୍କ ଉପସ୍ଥିତିରେ ପ୍ରଭୂ ଧବଳେଶ୍ୱର ଓ ସର୍ପେଶ୍ୱର ଦିଅଁଙ୍କ ସହିତ କଖଡି, କାପ୍ତାବରାଇ, ସପ୍ନେଶ୍ୱର, ବ୍ରହ୍ମପୁର, ନାରଙ୍ଗବସ୍ତ, ଅନନ୍ତପୁର, ନୂଆଶାସନ, ରାଧାଶ୍ୟାମପୁର, ପୀଠାଖିଆ,ଘଣ୍ଟିଖାଲ ଓ ମହାଳପଡା ପ୍ରଭୃତି ଗାଁରୁ ଆସିଥିବା ବିମାନରୁଢ ଦିଅଁ ମିଶିକରି ବାରୁଣୀଘାଟକୁ ସ୍ନାନ କରିବା ନିମନ୍ତେ ପୂର୍ବାହ୍ନ ସାଢେ ୫ଟାରେ ଗମନ କରିଥିଲେ।

ସରପଞ୍ଚ କଳ୍ପନା ଛତାର,ଗାଁ ଦେବୋତ୍ତର ଅଧିକାରୀ ସନାତନ ମହାନ୍ତି, ଚନ୍ଦ୍ରଶେଖର ପରିଡା, ବ୍ରଜରାଜ ଖଟୁଆ, ମାୟାଧର ଦଳାଇ, ସୁରେନ୍ଦ୍ର କୁମାର ମହାନ୍ତି, ରଞ୍ଜନ କୁମାର ମୁଦୁଲି, ସମିତିସଭ୍ୟ ପ୍ରଦୀପ ମହାନ୍ତି, ନାରାୟଣ ସାହୁ, ପବିତ୍ର ନାୟକ, ସୌଭାଗ୍ୟ ମହାନ୍ତି ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories