www.samajalive.in
Saturday, December 13, 2025
26.1 C
Bhubaneswar

ବାରୁଣୀ ଘାଟରେ ବୁଡ ପକାଇଲେ ୫୦ହଜାର ଶ୍ରଦ୍ଧାଳୁ

ଗୁରୁଡିଝାଟିଆ: ପୂଣ୍ୟତୋୟା ମହାନଦୀର ସିଦ୍ଧନାରାୟଣୀ ପୀଠ ବାରୁଣୀ ଘାଟରେ ୫୦ ହଜାର ଶ୍ରଦ୍ଧାଳୁ ପକାଇଛନ୍ତି ବୁଡ। ବୁଡ ପକାଇବାର ମାହେନ୍ଦ୍ରବେଳା ପୂର୍ବାହ୍ନ ୧୧ଟା ୩୦ ରୁ ଦିନ ୧ଟା ଭିତରେ ଥିବାରୁ ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରେ ବୁଡ କାର୍ଯ୍ୟ ସଂପନ୍ନ ହୋଇଥିଲା। ମହାପ୍ରଭୂ ସର୍ପେଶ୍ୱର, ପ୍ରଭୂ ଧବଳେଶ୍ୱର ଙ୍କ ସହିତ ବିମାନରୁଢ ଦିଅଁଙ୍କୁ ରୋଷଣି ମାଧ୍ୟମରେ ସଂକୀର୍ତ୍ତନ ଜରିଆରେ ନଦୀଘାଟକୁ ପାଛୋଟି ନିଆଯାଇଥିଲା। ଉପସ୍ଥିତ ଶହଶହ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ବାରୁଣୀଘାଟ ପ୍ରକମ୍ପିତ ହୋଇଉଠିଥିଲା। ବୁଡ ପକାଇବା ପାଇଁ ବ୍ରତାଧାରୀ ଶ୍ରଦ୍ଧାଳୁମାନେ ଚାତକ ପରି ଚାହିଁ ରହିଥିଲେ। ପଣ୍ଡିତଙ୍କ ଦ୍ୱାରା ମନ୍ତ୍ରପାଠ କରାଯାଇଥିଲା। ଏହାପରେ ସ୍ନାନ ପାଇଁ ଉପସ୍ଥିତ ଥିବା ଦିଅଁମାନଙ୍କୁ ପୂଜକ ମହାନଦୀର ବାରୁଣୀଘାଟ ସିଦ୍ଧନାରାୟଣୀ ପୀଠରେ ବୁଡ ପକାଇଥିଲେ। ଏହାପରେ ଶ୍ରଦ୍ଧାଳୁମାନେ ଅତି ଆନନ୍ଦରେ ବୁଡ ପକାଇଥିଲେ।

ଖୋର୍ଦ୍ଧା,ପୁରୀ,ଯାଯପୁର,ଢେଙ୍କାନାଳ,ଜଗତସିଂହପୁର ଓ ଅନୁଗୁଳ ଆଦି ଜିଲାମାନଙ୍କରୁ ଶ୍ରଦ୍ଧାଳୁମାନେ ବୁଡ ପକାଇବାକୁ ଆସିଥିବା ଦେଖିବାକୁ ମିଳିଥିଲା। ବୁଡ ପକାଇସାରି ଶ୍ରଦ୍ଧାଳୁମାନେ ଦିଅଁଙ୍କ ନିକଟରେ ପୂଜାର୍ଚ୍ଚନା କରି ଘରକୁ ଫେରିଥିଲେ। ବିଗତବର୍ଷ ଅପେକ୍ଷା ଆଜିର ଭିଡ ଅସମ୍ଭବ ଥିଲା। ଜୁଆଡେ ଦେଖିବେ ଶ୍ରଦ୍ଧାଳୁ ଆଉ ଶ୍ରଦ୍ଧାଳୁ। ଖୁଣ୍ଟୁଣୀ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ କରାଯାଇଥିବା ବେଳେ ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

- Advertisement -

ଆଠଗଡ ଅଗ୍ନିସମ ସେବା ବାହିନୀ ପକ୍ଷରୁ ନଦୀଘାଟରେ କଡା ପଇନ୍ତରା ମରାଯାଇଥିଲା। ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସପରିବାର ସିଦ୍ଧନାରାୟଣୀ ବାରୁଣୀଘାଟରେ ବୁଡ ପକାଇ ପୀଠର ଆଧ୍ୟାତ୍ମିକତା କେତେଯେ ମହାନ୍ ସୂଚାଇ ଦେଇଥିଲେ। ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ବ୍ରହ୍ମପୁର ବାରୁଣୀ ସ୍ନାନ ଯାତ୍ରା କମିଟି ପକ୍ଷରୁ ଗାଁ ସଭାପତି ଲକ୍ଷ୍ମୀଧର ସାମନ୍ତରାୟଙ୍କ ଉପସ୍ଥିତିରେ ରତ୍ନାକର ସାମନ୍ତଙ୍କ ସମେତ ବହୁ ଯୁବକ ଓ ଗ୍ରାମବାସୀମାନେ ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ। ଧବଳେଶ୍ୱର ସଂକୀର୍ତ୍ତନ ମହାମଣ୍ଡଳ ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯାଇ ଦିଅଁଙ୍କୁ ବାରୁଣୀଘାଟ ପର୍ଯ୍ୟନ୍ତ ନିଆଯାଇଥିଲା।

୨ ମହିଳାଙ୍କ ହାର ଲୁଟ
ଗୁରୁଡିଝାଟିଆ: ବାରୁଣୀ ସ୍ନାନରେ ଅହେତୁକ ଗହଳିର ସୁଯୋଗ ନେଇ ଦୁଇମହିଳାଙ୍କ ଠାରୁ ଦୁର୍ବୁତ୍ତମାନେ ୨ଟି ସୁନାହାର ଲୁଟ କରିନେଇଥିବାର ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରୁ ପ୍ରାୟ ୫୦ହାଜର ଶ୍ରଦ୍ଧାଳୁ ବୁଡ ପକାଇବା ନିମନ୍ତେ ବାରୁଣୀଘାଟରେ ସମାଗମ ହୋଇଥିଲେ। ଏହାର ସୁଯୋଗ ନେଇ କିଛି ଲୁଟେରା ପୂର୍ବପ୍ରସ୍ତୁତ ଯୋଜନା ମୁତାବକ ଟାଙ୍ଗିଥାନା ଅନ୍ତର୍ଗତ ବ୍ରାହ୍ମଣଭୋଗ ଗ୍ରାମର ବନ୍ଦନା ପ୍ରଧାନ ଓ ଆଠଗଡ ଥାନା ଅନ୍ତର୍ଗତ ବାଉଁଶଦଣ୍ଡା ଗ୍ରାମର ତିଳୋତମା ପାଣିଙ୍କ ୨ଟି ସୁନା ହାର ଲୁଟିନେଇଛନ୍ତି। ପୁଲିସ ଅଭିଯୋଗ କୁ ଭିତ୍ତିକରି ପୁରି ପେଣ୍ଠକଟା ଥାନା ଅଞ୍ଚଳର ଗାୟତ୍ରୀ ନାୟକ ଓ କାଳୀ ନାୟକଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories