www.samajalive.in
Wednesday, December 10, 2025
16.1 C
Bhubaneswar

ପଟିଆ ଗାଁରେ ନିଯୁକ୍ତି ମେଳା, ୧୨୫ଜଣଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ପଟିଆ ଗ୍ରାମ ମଙ୍ଗଳ ସମିତି ଆନୁକୂଲ୍ୟରେ ପଟିଆ ଗାଁରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାରେ କିଟ୍‍ ପକ୍ଷରୁ ୧୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କାର୍ୟ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଟିଆ ଗାଁର ୧୨୫ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଶ୍ରୀ ସାମନ୍ତ କହିଥିଲେ, କିଟ୍‍ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ସେଥିପାଇଁ ପଟିଆବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି। ଆମେ ସବୁବେଳେ ପଟିଆ ଓ ପଟିଆବାସୀଙ୍କୁ ନେଇ ଗର୍ବ ଅନୁଭବ କରିଥାଉ । ପଟିଆର କିଛି ଯୁବକ ଯୁବତୀଙ୍କୁ କିଟ୍‍ରେ ନିଯୁକ୍ତି ଦେବା ପାଇଁ ପଟିଆ ଗ୍ରାମ ମଙ୍ଗଳ ସମିତି ପକ୍ଷରୁ ଅନୁରୋଧ କରାଯାଇଥିଲା।

- Advertisement -

ଗ୍ରାମ ମଙ୍ଗଳ ସମିତିର ଅନୁରୋଧ କ୍ରମେ କିଟ୍‍ ଆଜି ପଟିଆ ଗ୍ରାମର ୧୨୫ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛି । ପୂର୍ବରୁ କିଟ୍‍, କିସ୍‍ ଓ କିମ୍‍ସରେ ପଟିଆ ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ଯୁବକ-ଯୁବତୀ ଚାକିରି କରୁଥିବା ବେଳେ ଆଜି ଆଉ ୧୨୫ଜଣ ନିଯୁକ୍ତି ପାଇବା ପରେ ପଟିଆ ଗ୍ରାମର ମୋଟ ୩୨୫ ଜଣ କିଟ୍‍ରେ ନିଯୁକ୍ତି ପାଇଥିବା ଜଣାପଡ଼ିଛି। ଗୋଟିଏ ଗାଁରୁ ଗୋଟିଏ ଅନୁଷ୍ଠାନରେ ଏତେ ସଂଖ୍ୟକ ଯୁବକ-ଯୁବତୀ କୌଣସି ଗୋଟିଏ ଅନୁଷ୍ଠାନରେ ନିଯୁକ୍ତି ପାଇବା ଏକ ରେକର୍ଡ ବୋଲି ଶ୍ରୀ ସାମନ୍ତ କହିଥିଲେ।

ଏହି କାର୍ୟ୍ୟକ୍ରମରେ ଯୋଗଦେଇ ପଟିଆ ଗ୍ରାମ ମଙ୍ଗଳ ସମିତିର ପରାମର୍ଶଦାତା ତଥା ଆଞ୍ଚଳିକ ଶାନ୍ତି କମିଟିର ସଭାପତି ନୃସିଂହ ରାଉତ, ୩ ନମ୍ବର ୱାର୍ଡର କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା, ଗ୍ରାମ ମଙ୍ଗଳ ସମିତିର ସମ୍ପାଦକ ସନ୍ତୋଷ ପରିଡ଼ା, ସଭାପତି ଚିତ୍ତ ରଞ୍ଜନ ପାତ୍ର, ଅଡ଼ିଟର ଅମୂଲ୍ୟ କୁମାର ଜେନା, ବରିଷ୍ଠ ସଭ୍ୟ ବିଷ୍ଣୁ ଚରଣ ପାତ୍ର କିଟ୍‍ ତଥା ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories