www.samajalive.in
Saturday, December 13, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସହ ସିୱାୟୀଏସଡି ଚୁକ୍ତିପତ୍ର ସ୍ୱାକ୍ଷରିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ନିଉ କନଫରେନସ ହଲରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସହ ଭୁବନେଶ୍ୱର ସ୍ଥିତ ଏନଜିଓ ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର (ସିୱାୟୀଏସଡି) ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। ଏହା ଦ୍ଵାରା ଉଭୟ ଅନୁଷ୍ଠାନ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଶିଶୁ, ମହିଳା ଓ ଯୁବକ ଯୁବତୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା, ଶିକ୍ଷା, ଖାଦ୍ୟ, ସୂଚନା, ଜଙ୍ଗଲ ଅଧିକାର ଆଇନ, ମହିଳା ମାନଙ୍କ ନେତୃତ୍ବର ବିକାଶ ସେମାନଙ୍କ ଭୂମିକା ଏବଂ ଦାୟିତ୍ବ, ବାଲ୍ୟ ବିବାହ, ଅଡିଟ, ସ୍ବାସ୍ଥ୍ୟ, ବଜେଟ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ୟ୍ୟୟ, ଦକ୍ଷତା, କୃଷି, ଦାଦନ ଶ୍ରମିକ ଆଦି ଉପରେ ଗବେଷଣା କରିବା ସହ ଲୋକଙ୍କୁ ସଚେତନ କରାଇବା ଚୁକ୍ତି କରାଯାଇଛି। ଏହି ଚୁକ୍ତି ୫ ବର୍ଷ ପାଇଁ କରାଯାଇଛି। ସ୍ବାକ୍ଷର ବେଳେ ସିୱାୟୀଏସଡିର ମୁଖ୍ୟ ଜଗଦାନନ୍ଦ, ଟ୍ରେଜରର ବସନ୍ତ ମହାନ୍ତି, ଅବସର ପ୍ରାପ୍ତ ପ୍ରଫେସର୍ ଭାଗବତ ପାତ୍ର ରହିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ,କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ସି ଡି ସି ନିର୍ଦ୍ଦେଶକ ପ୍ରଫେସର୍ ସୁକାନ୍ତ ତ୍ରିପାଠୀ, ଆଇକ୍ୟୁଏସି ନିର୍ଦ୍ଦେଶକ ପ୍ରଫେସର ସୁଧାକର ପାତ୍ର, ଉପ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ,ଡ଼ଃ ସଦାନନ୍ଦ ନାୟକ, ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories