www.samajalive.in
Saturday, December 13, 2025
26.1 C
Bhubaneswar

ସାହରପଡା ବ୍ଲକରେ ମନରେଗା ଜନଶୁଣାଣୀ ଶିବିର

ପାଟଣା: ସାହରପଡା ବ୍ଲକ ରେ ୨୦୨୨ -୨୩ ଆର୍ଥିକ ବର୍ଷ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଜନଶୁଣାଣୀ ଶିବିର ବିଡ଼ିଓ ବିଜୟ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପର୍ୟ୍ୟବ୍ୟକ୍ଷକ ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଵିଷ୍ଣୁ ପ୍ରସାଦ ଆଚାର୍ୟ୍ୟ ଏଠାରେ ଜନଶୁଣାଣୀ କରୁଥିଲେ। ବ୍ଲକର ଏପିଓ ଦୀପକ କୁମାର ବେହେରା ମନରେଗା ଉନ୍ନୟନରେ ନଥିପତ୍ର ଗତ ତଥ୍ୟ ଉପସ୍ଥାପନା କରିଥିଲେ। ଜିଲ୍ଲା ସମୀକ୍ଷକ ଚନ୍ଦନ ଆଇଚ, ଏବିଡ଼ିଓ କୁସୁମଲତା ସାହୁ, ବ୍ଲକ ଅଧ୍ୟକ୍ଷା ରିନା ନାଏକ ସହକାରୀ ନିର୍ଵାହି ଯନ୍ତ୍ରୀ ତପନ କୁମାର ପଲେଇ ପ୍ରମୁଖଙ୍କ ଉପସ୍ଥିତିରେ ବିଭିନ୍ନ ପଞ୍ଚାୟତ ର ପଞ୍ଚାୟତର ନିର୍ଵାହି ଅଧିକାରୀ, ଗ୍ରାମ ରୋଜଗାର ସେବକ, ଗ୍ରାମସାଥୀ ଓ ଶ୍ରମଜୀବୀ ମାନେ ଶିବିରରେ ଉପସ୍ଥିତ ଥିଲେ। ୨୦୨୨ -୨୩ ଆର୍ଥିକ ବର୍ଷରେ ମନରେଗା ଉନ୍ନୟନ କାର୍ୟ୍ୟ ବାବଦକୁ ୨୮୮ କୋଟି ଟଙ୍କାର ଅନୁଦାନ ଆସିଥିବା ବେଳେ ମୋଟ ୨ ହଜାର ୧୧ଟି ପ୍ରକଳ୍ପ କାମ ଶେଷ ହୋଇଥିବା ଏବଂ ୧୪୪୨ଟି ପ୍ରକଳ୍ପ କାମ ଚାଲିଥିବା ସୂଚନା ଦିଆଯାଇଥିଲା। ଏହି ଅବଧିରେ ମୋଟ ୧୧ ଲକ୍ଷ ୭୨ ହଜାର ୨୬୨୨ ଶ୍ରମ ଦିବସ ସୃଷ୍ଟି ହୋଇଥିବା କୁହାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories