www.samajalive.in
Saturday, December 13, 2025
26.1 C
Bhubaneswar

ଦେବେଇପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଅନିୟମିତତା ଅଭିଯୋଗ

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ଦେବେଇପାଲି ଠାରେ ଥିବା ଗୋଷ୍ଠି ଚିକିତ୍ସା କେନ୍ଦ୍ର (ସିଏଚସି) ଠାରେ ଅନିୟମିତତା ଓ ଅବ୍ୟବସ୍ଥା ହେଉଥିବାର ଅଭିଯୋଗ ହୋଇଛି। ଜିଲାପାଳଙ୍କ ନିକଟରେ ଶନିବାର ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ବର୍ଷ ଜୁଲାଇ ମାସରେ ଅଞ୍ଚଳବାସୀ ଅଭିଯୋଗ କରିବା ପରେ ଏକ ତଦନ୍ତକାରୀ ଦଳ ଆସି ସମସ୍ତ ତଥ୍ୟ ସଂଗ୍ରହ କରି ଦେବେଇପାଲି ସିଏଚସିରୁ ଯିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇ ନାହିଁ। ଗତ ୧୬ ତାରିଖ ସନ୍ଧ୍ୟାରେ ଶାସନ ଥାନାର ଜଣେ କର୍ମଚାରୀ ଦୁର୍ଘଟଣା ଶିକାର ହେବାରୁ ତାଙ୍କୁ ପୁଲିସ ଗାଡିରେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସିଏଚସିରେ କୌଣସି ଡାକ୍ତର ନ ଥିବାରୁ ଆହତଙ୍କୁ ସମ୍ବଲପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଉକ୍ତ ସିଏଚସି ଦାୟିତ୍ୱରେ ରହିଥିବା ଡାକ୍ତର ରାଜାରାମ ଦାଶ ପ୍ରାୟ ୯ ବର୍ଷ ହେବ ଦାୟିତ୍ୱରେ ଥିବା ବେଳେ ସେ ସୁପରିଚାଳନାରେ ଅସମର୍ଥ ରହିଛନ୍ତି। ଅଞ୍ଚଳବାସୀଙ୍କ ବାରମ୍ବାର ଦାବୀ ସତ୍ୱେ ତାଙ୍କୁ କାହିଁକି ଅନ୍ୟତ୍ର ବଦଳି କରାଯାଉ ନାହିଁ ବୋଲି ଅଞ୍ଚଳବାସୀ ଦାବିପତ୍ର ଜରିଆରେ ଜିଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ତାଙ୍କ ପାଇଁ ଅଞ୍ଚଳବାସୀ ମୌଳିକ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ରହିଛନ୍ତି।

ଅଞ୍ଚଳବାସୀ ଆହୁରୀ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଡାକ୍ତର ଜଣକ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ ନିର୍ଦ୍ଦିଷ୍ଟ ନର୍ସିଂହୋମକୁ ଚିକିତ୍ସା ପାଇଁ ପଠାଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେ, ସେ ଜଣେ ସ୍ତ୍ରୀ ରୋଗ ଡାକ୍ତର ହୋଇଥିବା ବେଳେ ସେ ରହିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ଶିଶୁ ପ୍ରସବ ଦେବେଇପାଲି ସିଏଚସି ରେ ହୋଇ ନାହିଁ ବୋଲି ସଙ୍ଗୀନ ଅଭିଯୋଗ ଅଞ୍ଚଳବାସୀ କହିଛନ୍ତି। ଏଣୁ ଅଞ୍ଚଳବାସୀ ତୁରନ୍ତ ଉକ୍ତ ଭ୍ରଷ୍ଟ ଡାକ୍ତରଙ୍କୁ ଯଥା ଶିଘ୍ର ଦେବେଇପାଲି ସିଏଚସିରୁ ବଦଳି କରିବା ସହିତ ଡାକ୍ତରଖାନା ଯେଭଳି ସୂଚାରୁ ରୂପେ ଚାଲିବ ତାହାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି। ଅନ୍ୟଥା ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଜିଲା ପ୍ରଶାସନକୁ ସୂଚାଇ ଦେଇଛନ୍ତି। ଜିଲା ପ୍ରଶାସନକୁ ପ୍ରଦତ୍ତ ଦାବିପତ୍ରରେ କନଖିଣ୍ଡା ସରପଞ୍ଚ କନକ ସାହୁ, ଜିଲା ପରିଷଦ ସଦସ୍ୟ ସୁନୀଲ କୁମାର ମିଶ୍ର, ସତ୍ୟ ପ୍ରକାଶ ହୋତା ଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି। ସୂଚନାଯୋଗ୍ୟ ଯେ, ଦେବେଇପାଲି ସ୍ଥିତ ସିଏଚସିରେ ନିଯୁକ୍ତ ଡାକ୍ତରଙ୍କ ନାମରେ ୧୨ ଫେବୃଆରୀ ୨୦୧୮ ମସିହା ପରଠାରୁ ନିୟମିତ ପ୍ରତି ବର୍ଷ ଅଞ୍ଚଳବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଏଥି ସହ କିଛି ବର୍ଷ ତଳେ ଏହି ଡାକ୍ତର ଜଣକ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ନିର୍ଦ୍ଦିଷ୍ଟ ନର୍ସିଂହୋମ ଠାରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ସମୟରେ ପିତ୍ତ ନଳିକୁ କାଟି ଦେଇ ବିବାଦ ମଧ୍ୟରେ ଫଶିଥିବାର ନଜୀର ମଧ୍ୟ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories