www.samajalive.in
Saturday, December 13, 2025
26.1 C
Bhubaneswar

ଏନଏଲସି ବିସ୍ଥାପିତ ଖିଣ୍ଡା ପଞ୍ଚାୟତବାସୀ-ପ୍ରଶାସନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବିଫଳ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତରେ ଥିବା ତଲାବିରା ୨ ଓ ୩ କୋଇଲା ଖଣି ଖନନ କାର୍ୟ୍ୟ କରୁଥିବା ଏନଏଲସି କମ୍ପାନୀ ବିସ୍ଥାପିତ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ରେଙ୍ଗାଲି ତହସିଲ କାର୍ୟ୍ୟାଳୟରେ ହୋଇଥିବା ତ୍ରିପାକ୍ଷିକ ବୈଠକ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି। ବିଭିନ୍ନ ଜନଦାବିର ସମାଧାନ ପାଇଁ ଏହି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଖିଣ୍ଡା ପଞ୍ଚାୟତ ପରିଦର୍ଶନରେ ଯାଇଥିବା ବେଳେ ବିସ୍ଥାପିତ ଗ୍ରାମବାସୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।

ବିସ୍ଥାପିତଙ୍କ ଥଇଥାନ କଲୋନୀ ରହିବା ଉପଯୋଗୀ ହୋଇ ନାହିଁ କିନ୍ତୁ ଖଣି କାର୍ୟ୍ୟ ଜାରି ରହିଛି। ବିସ୍ଥାପିତଙ୍କୁ ଥଇଥାନ କରାଯିବା ପୂର୍ବରୁ ଅଧିଗ୍ରହଣ କରିଥିବାଲ ଜମି କମ୍ପାନୀ ଦ୍ୱାରା ବ୍ୟବହୃତ ହେଉଛି। ଫଳରେ ବିସ୍ଥାପିତ ପରିବାର ଜମିରେ ଚାଷ କରିବାରୁ ବଞ୍ଚିତ ଓ ଅସମର୍ଥ। ଏଣୁ କମ୍ପାନୀ ଫସଲ କ୍ଷତିପୂରଣ ଦେଉ ବୋଲି ଦାବି କରାଯାଇଛି। ସମସ୍ତ କ୍ଷତିପୂରଣ ସହିତ ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯିବା। ସଂରଚନା ଗୁଡ଼ିକର ମୂଲ୍ୟ ବର୍ତ୍ତମାନ ହାରରେ ଦିଆଯାଉ। କମ୍ପାନୀ ବାକି ଥିବା ଜମି ଗୁଡିକୁ ମଧ୍ୟ ନିଜ ଅଧିଗ୍ରହଣ କରୁ। ୧୮ ବର୍ଷରୁ ଉର୍ଦ୍ଧ ବିସ୍ଥାପିତଙ୍କୁ କମ୍ପାନୀ ଭତ୍ତା ପ୍ରଦାନ କରୁ। ଓବି ଡ଼ମ୍ପ ଯୋଗୁଁ ପରିବା ଚାଷ ନଷ୍ଟ ହେଉଥିବାରୁ କମ୍ପାନୀ କମ୍ପାନୀ ଏହାର କ୍ଷତିପୂରଣ ଦେଉ। ଗ୍ରାମ ପୋଖରୀର ପୁନଃଉଦ୍ଧାର କରାଯାଉ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହିପରିପ୍ରେକ୍ଷୀରେ

- Advertisement -

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଆଜି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ରେଙ୍ଗାଲି ତହସିଲ ଅଫିସ ରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକ ଉପଜିଲ୍ଲାପାଳ ପ୍ରଭାସ ଡନସନା, ତହସିଲଦାର ବେର୍ସିଆସ୍ ଡୁଙ୍ଗଡୁଙ୍ଗ, ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟା ଅନିତା ସିଂ, ଭିଏସଏସ ଶ୍ରମିକ ସଂଘ କାର୍ୟ୍ୟକାରୀ ସଭାପତି ବାବୁଲୁ ରାଉତ,ଅକ୍ଷୟ ଶତପଥୀ, ଏନଏଲସି ସିଜିଏମ ଫ୍ରାଙ୍କଲୀନ ଜୟକୁମାର, ଡିଜିଏମଓ ନିରଜ ସିହ୍ନା, ସୁବ୍ରତ ବିଶ୍ବାଳ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ତ୍ରିପାକ୍ଷିକ ବୈଠକରେ କୌଣସି ସମାଧାନ ହୋଇ ପାରିନଥିବାରୁ ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ବୈଠକ ରେ ଯୋଗ ଦେଇ ଥିବା ଖିଣ୍ଡା ଅଞ୍ଚଳର ଜନ ପ୍ରତିନିଧି ଓ ସଭ୍ୟ ମାନେ ଚେତାବନୀ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories