www.samajalive.in
Saturday, December 13, 2025
26.1 C
Bhubaneswar

କନ୍ଧମାଳ ଆର୍ଯ୍ୟ ମହୋତ୍ସବ ଉଦଘାଟିତ

ଫୁଲବାଣୀ: ମହର୍ଷି ଦୟାନନ୍ଦ ସରସ୍ବତୀ ଙ୍କ ୨୦୦ ତମ ଜୟନ୍ତୀ ଅବସରରେ ରାଇକିଆ ଠାରେ ଶନିବାର କନ୍ଧମାଳ ଆର୍ଯ୍ୟ ମହୋତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ, ତପବନ ଶାନ୍ତି ଆଶ୍ରମ ସଭାପତି ସୁଦାମ ବେହେରା, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ବେହେରା, ବଣିକ ସଂଘ ସଭାପତି ପଦ୍ମଚରଣ ପଣ୍ଡା, ସମ୍ପାଦକ ଦୂର୍ଯ୍ୟଧନ ଲେଙ୍କା, ପୂଜା କମିଟି ସଭାପତି ଦିଲୁ ମହାନ୍ତି , ଜିଲା ଆର୍ଯ୍ୟ ସମାଜ ସଭାପତି ବାଳକୃଷ୍ଣ ପ୍ରଧାନ, ରାଇକିଆ ବୈଦିକ ସତସଙ୍ଗ ଆଶ୍ରମ ସଭାପତି ଓମ୍ ପ୍ରକାଶ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପଣ୍ଡିତ ସୋମଦତ୍ତ ଶାସ୍ତ୍ରୀ, ଆଚାର୍ଯ୍ୟ ନିରଞ୍ଜନ, ନାଗାଲାଣ୍ଡ ଆଶ୍ରମର ମୁଖ୍ୟ ସଂଗଠକ ଅମିତ୍ ଆର୍ଯ୍ୟ । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମବେଦ ପରାୟଣ ମହାଯଜ୍ଞ, ବେଦ ପ୍ରବଚନ, ଶୋଭାଯାତ୍ରା, ବ୍ୟାୟାମ ସମ୍ମିଳନୀ, ଭଜନ ସନ୍ଧ୍ୟା, ସମ୍ମାନ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜିଲାର ବିଭିନ୍ନ ପ୍ରାନ୍ତରୁ ଆର୍ଯ୍ୟ ସମାଜ ସହ ସଂଶ୍ଳିଷ୍ଟ ଥିବା ଆଚାର୍ଯ୍ୟ, ବିଦ୍ୱାନ, ବ୍ରହ୍ମଚାରୀ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିବା ବେଳେ ଆର୍ଯ୍ୟ ସମାଜ କନ୍ଧମାଳ ତରଫରୁ ଏହାକୁ ଅୟୋଜନ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories