www.samajalive.in
Saturday, December 13, 2025
26.1 C
Bhubaneswar

କ୍ଷୁଦ୍ର ଉଦ୍ୟୋଗ ବିକାଶ ନିମନ୍ତେ ପ୍ରଶିକ୍ଷଣ ଶିବିର

ବୌଦ୍ଧ: ସ୍ୱେଛାସେବୀ ଅନୁଷ୍ଠାନ ସୁରଭି ବାଉଁଶୁଣୀ ଓ ନାବାର୍ଡ ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ବୌଦ୍ଧବ୍ଲକ ଅନ୍ତର୍ଗତ କାଶଲପୁରଠାରେ ୨୦ ଦିନିଆ କ୍ଷୁଦ୍ର ଉଦ୍ୟୋଗ ବିକାଶ ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଛତୁଚାଷ କରି ଆତ୍ମନିର୍ଭରଶୀଳ କିପରି ହେବାସହିତ ଏକ କ୍ଷୁଦ୍ର ଉଦ୍ୟୋଗ କରାଯାଇପାରିବ ସେ ସଂପର୍କରେ ଶିବିରାର୍ଥୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଆରସେଟି ତାଲିମଦାତା ଜନାର୍ଦ୍ଦନ ସାହୁ ତାଲିମ ପ୍ରଦାନ କରିଥିବାବେଳେ ୫ ଗୋଟି ସ୍ୱୟଂସହାୟକ ଗୋଷ୍ଠୀର ୨୦ ଜଣ ମହିଳା ତାଲିମ ଗ୍ରହଣ କରିଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ନାବାର୍ଡର ଡିପିଏମ ତାପସ ଶଙ୍କର ରାଉତ ଯୋଗଦାନ କରି ତାଲିମ ଶିବିରାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ବ୍ରାହ୍ମଣିପାଲି ସରପଞ୍ଚ ଅରୁଣ ବାଘ ଯୋଗଦାନ କରି ଆବଶ୍ୟକୀୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମକୁ ସୁରଭି ନିର୍ଦ୍ଦେଶକ ତଥା ସମ୍ପାଦକ ଦାମୋଦର ସାହୁ ପରିଚାଳନା କରିଥିବାବେଳେ ତାଲିମ ସଫଳତା ପାଇଁ ଜ୍ୟୋତି ସିଂହ,ସନ୍ଧ୍ୟାରାଣୀ ଦାସ ଓ ମୌସୁମୀ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories