www.samajalive.in
Saturday, December 13, 2025
26.1 C
Bhubaneswar

ପଶ୍ଚିମା ଝଡ଼ ପ୍ରଭାବ: ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼

ଭୁବନେଶ୍ବର: ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ କୁଆପଥର ମାଡ଼ ହୋଇଛି। ବଲାଙ୍ଗିର, ମୟୁରଭଞ୍ଜ ଓ ସମ୍ବଲପୁରରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ଲାଗି ରହିଥିବାବେଳେ ମୟୂରଭଞ୍ଜରେ ୮୧, ଚିପିଲିମାରେ ୮୦, ବଲାଙ୍ଗିରରେ ୬୦ କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି। ନୟାଗଡ଼ ଓ କନ୍ଧମାଳ ଜିଲାରେ ବର୍ଷା ସହ କୁଆପଥର ଓ ଝଡ଼ପବନ ଲାଗି ରହିଛି। ସେହିପରି ପଶ୍ଚିମା ଝଡ଼ ପ୍ରଭାବରେ ଭୁବନେଶ୍ବର ଓ କଟକରେ ମଧ୍ୟ ବର୍ଷା ଓ ପବନ ଜାରି ରହିଛି। କୁଆପଥର ମାଡ଼ରେ କାଶୀପୁର ଉପରକଞ୍ଚାକଣା ଗାଁର ୨ ମହିଳା ଗୁରୁତର ହୋଇଛନ୍ତି।

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ପଶ୍ଚିମା ଝଡ ଅପସାରଣ ପରେ ରାଜ୍ୟରେ ପୁଣି ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ଥିବାରୁ ଶୀତ ପ୍ରକୋପ ବଢ଼ିବ ବୋଲି ଆଶା କରାଯାଉଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories