www.samajalive.in
Sunday, December 14, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷା ପାଇଁ ୪୫ କିମି. ଯାତ୍ରା, ଦୈନିକ ଅଟୋ ଭଡା ୧୫୦

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ବ୍ଲକରେ ଚଳିତ ବର୍ଷ ୯ଟି କେନ୍ଦ୍ରରେ ୨୧୬୪ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ୪୫ କିମି ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ  ଛାତ୍ର ଛାତ୍ରୀମାନଙ୍କୁ ୨ ଘଣ୍ଟା ଅଟୋ ଯାତ୍ରା କରି ପରୀକ୍ଷା ଦେବାକୁ ପଡୁଛି । ଲୁହାଗୁଡ଼ି ପରୀକ୍ଷା କେନ୍ଦ୍ରରେ ଦମାଦୁଆ ଫକିର ମୋହନ ଉଚ୍ଚ ବିଦ୍ୟାଳୟର ୬୦ ଜଣ ଛାତ୍ର-ଛାତ୍ରୀ ବହୁ କଷ୍ଟରେ ତିନି ଗୋଟି ଆଟୋରେ ଆସି ପରୀକ୍ଷା ଦେଉଛନ୍ତି । ସେହିଭଳି ଖାରିଗୁଡ଼ା ଉଚ୍ଚ ବିଦ୍ୟାଳୟର ୫୭ ଜଣ ଛାତ୍ର ଛାତ୍ରୀ ଘର ଭଡ଼ା ନେଇ ଲୁହାଗୁଡି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ।
ପିଲାମାନେ କିଭଳି ୧୦ କିମି ମଧ୍ୟରେ ବିନା ସମସ୍ୟାରେ ପରୀକ୍ଷା କେନ୍ଦ୍ରରେ ସୁବିଧାରେ ପରୀକ୍ଷା ଦେଇ ପାରିବେ ସେଥିପାଇଁ ସରକାର ନିୟମ କରିଛନ୍ତି । ତେବେ ଏଠି ଅଟୋରେ ଜଣଙ୍କ ପିଛା ଦୈନିକ ଦେଢ଼ ଶହ ଟଙ୍କା ଲେଖାଏଁ ଖର୍ଚ୍ଚ କରି ବିପଦପୂର୍ଣ୍ଣ ଅବସ୍ଥାରେ ଶହ ଶହ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିବାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୂର୍ବରୁ ଅଭିଭାବକମାନେ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଇ ନଥିବା କହିଛନ୍ତି।
ଅପରପକ୍ଷରେ ନିକଟସ୍ଥ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରିବା ପାଇଁ ଆନୁସଙ୍ଗିକ ସୁବିଧା ନାହିଁ। କିଛି ବିଦ୍ୟାଳୟରେ ଏବେ ମଧ୍ୟ ୫-ଟି ଉନ୍ନତିକରଣ କାମ ଚାଲିଛି ତେଣୁ ଆସନ୍ତା ବର୍ଷ ବେଳକୁ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ପିଲା ମାଟ୍ରିକ ପରୀକ୍ଷା ଦେଇ ପାରିବେ ବୋଲି ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories