www.samajalive.in
Saturday, December 13, 2025
26.1 C
Bhubaneswar

ଧବଳେଶ୍ୱରପୀଠରେ ଲଉଡି ଉତ୍ସବ

ଗୁରୁଡିଝାଟିଆ :  ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ନଦୀକୂଳ ଲଉଡି ମହାସଂଘ ପକ୍ଷରୁ ଲଉଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନଦୀକୂଳ ଅଞ୍ଚଳର ଘଣ୍ଟିଖାଲ, ରାଧାଶ୍ୟାମପୁର ସହିତ ଅନ୍ୟାନ୍ୟ ଲଉଡି ଦଳର ସଦସ୍ୟମାନେ ଭଗବାନ କୃଷ୍ଣ ଓ ରାଧାଙ୍କ ଜୀବନଚରିତ୍ରକୁ ନେଇ ଲଉଡି ଖେଳ ପରିବେଷଣ କରିବା ସହ ଆଧ୍ୟାତ୍ମିକତାର ଭାବ ପ୍ରଚାର ଓ ପ୍ରସାର କରିଥିଲେ। ପ୍ରଥମ କରି ଚଳିତବର୍ଷ ପ୍ରଭୂ ଧବଳେଶ୍ୱରଙ୍କ ପୀଠରେ ଲଉଡି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହା ପ୍ରତ୍ୟେକ ବର୍ଷ ପରିବେଷଣ କରାଯିବ ବୋଲି ନଦୀକୂଳ ଲଉଡି ମହାସଂଘର ସଭାପତି ସନ୍ତୋଷ କୁମାର ବେହେରା ପ୍ରକାଶ କରିଥିଲେ। ଧବଳେଶ୍ୱର ପୂଜକ କୁଳମଣୀ ପତ୍ରୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଯାଦବ ସମାଜ ପକ୍ଷରୁ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ପ୍ରତାପ ଚନ୍ଦ୍ର ବେହେରାଙ୍କ ସହିତ ଯାଦବ ସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories