www.samajalive.in
Saturday, December 13, 2025
26.1 C
Bhubaneswar

୬ ଦିନର ଝିଅକୁ ହତ୍ୟା, ମା’ ଗିରଫ

ଜଳେଶ୍ବର: କମର୍ଦ୍ଦା ଥାନା ଅନ୍ତର୍ଗତ ସିଆରୋଇ ଗ୍ରାମରେ କୁକୁର ଝୁଣି ଏକ ୬ଦିନର ଶିଶୁ କନ୍ୟାକୁ ମାରିଥିବା ମୋଡ଼ ବଦଳି ଯାଇଛି। ଶିଶୁଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ହତ୍ୟାକାରିଣୀ ହେଉଛି ନିଜେ ଜନ୍ମ ଦେଇଥିବା ମା’। ମାତ୍ର ୬ ଦିନର ଶିଶୁକନ୍ୟାକୁ ଅତି ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାଟିକୁ କୁକୁର ଝୁଣି ମାରିଦେଇଥିବା ସଫେଇ ଦେଇଥିଲା। ପୁଲିସ ଶିଶୁକନ୍ୟାଟିର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

ଆଜି ମୃତ ଶିଶୁ କନ୍ୟାଟିର ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଥିଲା। ଶିଶୁ କନ୍ୟାଟିର ମୃତ୍ୟୁ କୁକୁର ଝୁଣି ଦେବା ଯୋଗୁଁ ନୁହେଁ ବରଂ ତାକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାପରେ କର୍ମର୍ଦ୍ଦା ପୁଲିସ ଶିଶୁକନ୍ୟାର ମା’କୁ ପଚରାଉଚୁରା କରିବା ପରେ ଗିରଫ କରିଥିବା ସୂଚନା ମିଳିଛି।

- Advertisement -

ଗତ ୫ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ। ନିଜ ମା’ ଜନ୍ମ ଦେଇଥିବା ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିଲା। ପାରିବାରିକ କଳହକୁ ନେଇ ନିଜ ଝିଅକୁ ସମ୍ପୃକ୍ତ ମହିଳା ହତ୍ୟା କରିଥିଲେ। କମର୍ଦ୍ଦା ପୁଲିସ ନିଜ ଆଡୁ ମାମଲା ରୁଜୁ କରିବା ପରେ ସମ୍ପୃକ୍ତ ମହିଳାକୁ ଗିରଫ କରିଛି। ଗତ ୫ରେ ସିଆରୋଇ ଗ୍ରାମରେ ଘଟିଥିଲା ହତ୍ୟାକାଣ୍ଡ। ଝିଅକୁ କୁକୁର ଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା’। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା ସୂଚନା ମିଳିବା ପରେ ପୁଲିସ ମା’କୁ ଗିରଫ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories