କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସକାଳେ ଶିବ ମନ୍ଦିରକୁ ବହୁ ଭକ୍ତ ଆସିଥିଲେ। ସେହି ସମୟରେ ମନ୍ଦିରରେ ଘଣ୍ଟ ଲାଗିଥିବା ଭକ୍ତ ମାନେ ଦେଖିଥିଲେ। ଏହାର କିଛି ସମୟ ପରେ ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ ଶିବ ଦର୍ଶନ କରିବା ପାଇଁ ମନ୍ଦିରକୁ ଗଲା ବେଳେ ମନ୍ଦିରରେ ଘଣ୍ଟ ନଥିବା ଦେଖି ମନ୍ଦିର ପୂଜକ ଓ ଭକ୍ତ ମାନଙ୍କୁ ପଚାରି ବୁଝିଥିଲେ ।ସମସ୍ତେ ମନ୍ଦିରରେ ଘଣ୍ଟ ଲାଗିଥିବା କହିଥିଲେ। ଦିନରେ କେତେ ବେଳେ ଘଣ୍ଟ ଚୋରି ହୋଇଛି କେହି ଜାଣିନଥିବା କହିଥିଲେ। ଏହାକୁ ନେଇ ମନ୍ଦିର ପରିଚାଳନା କମିଟିର ସଭାପତି ଥାନାରେ ଏକ ମୌଖିକ ଭାବେ ଅଭିଯୋଗ ଦେଇଛନ୍ତି।
Popular Categories



