www.samajalive.in
Saturday, December 13, 2025
26.1 C
Bhubaneswar

ଏସଆଇଟିର ଗୁରୁତ୍ଵପୂର୍ଣ୍ଣ ବୈଠକ, ନିଶା କାରବାରକୁ ନେଇ ଉଦବେଗ

କଟକ :  ଦେଶ ତଥା ବିଦେଶରେ ଗଚ୍ଛିତ କଳା ଧନ ଠାବ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ବା ଏସଆଇଟିର ଗୁରୁତ୍ଵପୂର୍ଣ୍ଣ ବୈଠକ ଶନିବାର କଟକରେ ଅନୁଷ୍ଠିତ ହୋଇଛି। ଏସଆଇଟିର ଉପାଧ୍ୟକ୍ଷ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଏସଆଇଟିର ନବମ ବୈଠକ ଅନୁଷ୍ଠିତ ହୋଇଥିଲା। ତଦନ୍ତକାରୀ ସଂସ୍ଥା ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ଚଳିତ ଥର ମଧ୍ୟ ବୈଠକରେ ଜଷ୍ଟିସ ପଶାୟତ ପରାମର୍ଶ ଦେଇଥିଲେ । ସେହିପରି ଯେତିକି କଳା ଧନ ଠାବ କରାଯାଉଛି ସେହି ପରିମାଣର କଳାଧନ କାରବାର ହେଉଥିବାରୁ ତଦନ୍ତ କାରୀ ସଂସ୍ଥା ମାନଙ୍କ ପାଇଁ ଏହା ଏକ ଆହ୍ଵାନ ପାଲଟିଛି । ଦୁର୍ନୀତି ନିବାରଣ ଆଇନ୍ ଅନୁଯାୟୀ ହେଉଥିବା ମାମଲା ଗୁଡ଼ିକର ସମସ୍ତ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗକୁ ଜଣାଇବାକୁ ଜଷ୍ଟିସ ପଶାୟତ ପରାମର୍ଶ ଦେଇଥିଲେ। ଅପର ପକ୍ଷରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ନିଶା କାରବାର ବୃଦ୍ଧି ପାଉଛି। ଏହା ଚିନ୍ତାର ବିଷୟ ହୋଇଥିବାରୁ ଏଥିରେ ଲାଗୁଥିବା କଳାଧନର ଉତ୍ସ ଠାବ କରିବାକୁ ଜଷ୍ଟିସ ପଶାୟତ ପରାମର୍ଶ ଦେଇଛନ୍ତି ବୋଲି ସାମ୍ବାଦିକ ମାନଙ୍କୁ ସେ ସୂଚନା ଦେଇଥିଲେ।

ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସବୁ ତଥ୍ୟ ହାସଲ କରିଛି । ଏ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଜଷ୍ଟିସ ପଶାୟତ କହିଥିଲେ। ଓଡ଼ିଶାରେ ରିଅଲି ଇଷ୍ଟେଟ କାରବାର ଓ କେତେକ ଶିକ୍ଷାନୁଷ୍ଠାନରେ କଳାଧନ ଲାଗିଥିବା ତଦନ୍ତରୁ ଜଣା ପଡ଼ିଛି ବୋଲି ସେ କହିଛନ୍ତି। ଏସଆଇଟି ଇତି ମଧ୍ୟରେ ଆଠଟି ଅନ୍ତରୀଣ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରି ସାରିଥିବା ବେଳେ ଚଳିତ ବର୍ଷ ଜୁନ ସୁଦ୍ଧା ଏହାର ନବମ ରିପୋର୍ଟ ଦାଖଲ କରିବ ବୋଲି ଉପାଧ୍ୟକ୍ଷ ଜଷ୍ଟିସ ପଶାୟତ କହିଛନ୍ତି । ଆଜିର ଏହି ବୈଠକରେ ନୂଆଦିଲ୍ଲୀ ସ୍ଥିତ ସିବିଡିଟିର ଅଧ୍ୟକ୍ଷ ନୀତିନ ଗୁପ୍ତ, ଇଡିର ନିର୍ଦ୍ଦେଶକ ସଂଜୟ ମିଶ୍ର, ଜିଏସଟିର ବରିଷ୍ଠ ଅଧିକାରୀ ଏସ ଭୂଜବଳ, ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରର ବରିଷ୍ଠ ଅଧିକାରୀ ସଞ୍ଜୟ ସିଂ, ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ଅମିତେନ୍ଦ୍ର ନାଥ ସିନ୍ନାଙ୍କ ସମେତ କଲକାତା ଏବଂ ଓଡ଼ିଶାର ବରିଷ୍ଠ ଆୟକର ଅଧିକାରୀ, ଖଣି ବିଭାଗ ଅଫିସରଙ୍କ ସମେତ ୧୫ରୁ ଅଧିକ ଅଧିକାରୀ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories