www.samajalive.in
Saturday, December 13, 2025
26.1 C
Bhubaneswar

ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ଦୁର୍ଘଟଣାର ଗ୍ରସ୍ତ, ୫ ଛାତ୍ରଛାତ୍ରୀ ଏବଂ ଜଣେ ବୃଦ୍ଧା ଗୁରୁତର

ଭୁବନେଶ୍ୱର (ସମାଜ ଡିଜିଟାଲ ଡେସ୍କ)- ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ପାଟଣା ଛକ ନିକଟରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ଦୁର୍ଘଟଣାର ଗ୍ରସ୍ତ । ଏଥିରେ ଥିବା ଛାତ୍ରଛାତ୍ରୀଙ୍କ ସମେତ ରାସ୍ତାରେ ଯାଉଥିବା ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ୯ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକଙ୍କ ନେଇ ଅଟୋଟି ଆସୁଥିଲା । ପାଟଣାଛକ ନିକଟରେ ଜଣେ ବୃଦ୍ଧାଙ୍କୁ ବଞ୍ଚାଇବା ପାଇଁ ଯାଇ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫ ଜଣ ଛାତ୍ର ଛାତ୍ରୀଙ୍କ ସମେତ ବୃଦ୍ଧା ଜଣଙ୍କ ଗୁରୁତର ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଜଳେଶ୍ୱର ସରସ୍ୱତୀ ଶିଶୁମନ୍ଦିରର ବୋଲି ଜଣାପଡିଛି ।

ଏହି ଦୁର୍ଘଟଣାପରେ ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସ୍ଥାନୀୟ ଲୋକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ଜଣେ ଛାତ୍ର ଥିବା ସୂଚନା ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories