www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରେମିକାକୁ ହେପାଜତକୁ ନେବା ଦାବି-ପ୍ରେମିକକୁ ୫ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଲେ କୋର୍ଟ

ଅହମ୍ମଦାବାଦ୍‌, : ପ୍ରେମିକାକୁ ନିଜ ହେପାଜତକୁ ନେବାକୁ ଦାବି କରି ଗୁଜରାଟ ହାଇକୋର୍ଟରେ ମାମଲା ରୁଜୁ କରିଥିବା ପ୍ରେମିକଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା କରାଯାଇଛି। ଗୁଜରାଟ ବାନସକଣ୍ଠ ଜିଲା ବାସିନ୍ଦା ଜଣେ ବ୍ୟକ୍ତି ଗୁଜରାଟ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଜଣେ ଯୁବତୀଙ୍କୁ ସେ ପ୍ରେମ କରୁଥିଲେ। ତେ​‌େ​‌ବ ଘଟଣାଚକ୍ରରେ ସମ୍ପୃକ୍ତ ଯୁବତୀଙ୍କ ବିବାହ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା। ତେବେ ବିବାହ କରିଥିବା ବ୍ୟକ୍ତିଙ୍କ ସହ ଯୁବତୀଙ୍କ ସମ୍ପର୍କ ଭଲ ରହିଲା ନାହିଁ। ଫଳରେ ଯୁବତୀଜଣକ ଶାଶୂଘର ଛାଡ଼ି ବାପାଘରକୁ ଫେରି ଆସିଥିଲେ। କିଛିଦିନ ପରେ ଯୁବତୀଜଣକ ତାଙ୍କ ସହ ରହିବା ଆରମ୍ଭ କରି ଦେଇଥିଲେ। ଏକତ୍ର ରହିବା ପାଇଁ ଯୁବତୀଜଣକ ତାଙ୍କ ସହ ଏକ ଚୁକ୍ତି କରିଥିଲେ। କିଛିଦିନ ରହିବା ପରେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଜୋର୍‌ ଜବରଦସ୍ତ ସ୍ବାମୀଙ୍କ ନିକଟକୁ ନେଇ ଯାଇଥିଲେ। ଯୁବତୀଜଣଙ୍କୁ ତାଙ୍କ ସ୍ବାମୀ ବନ୍ଦୀ କରି ରଖିଥିବାରୁ ତାଙ୍କୁ ନିଜ ହେପାଜତକୁ ନେବାକୁ ପ୍ରେମିକଜଣକ ହାଇକୋର୍ଟରେ ଆବେଦନ କରିଥିଲେ।

ପ୍ରେମିକଙ୍କ ଆବେଦନକୁ ସରକାରୀ ଓକିଲଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଭିଏମ୍‌ ପାଞ୍ଚୋଲି ଓ ଏଚ୍‌.ଏମ୍‌ ପ୍ରଚକଙ୍କ ପୀଠ ଦର୍ଶାଇଥିଲେ ମାମଲା ରୁଜୁ କରିଥିବା ପ୍ରେମିକଙ୍କ ସହ ଯୁବତୀଙ୍କ ବିବାହ ହୋଇ ନାହିଁ। ସଂପୃକ୍ତ ଯୁବତୀଜଣକ ନିଜ ସ୍ବାମୀଙ୍କୁ ଛାଡ଼ପତ୍ର ପ୍ରଦାନ କରି ନାହାନ୍ତି। ଏହାକୁ ଦୃଷ୍ଟି​‌େ​‌ର ରଖି ସଂପୃକ୍ତ ଯୁବତୀଙ୍କୁ ତାଙ୍କ ସ୍ବାମୀ ବନ୍ଦୀ କରି ରଖିଥିବା ଆବେନକାରୀ ଯୁବକ ଦର୍ଶାଇବା ଭୁଲ୍‌। କେବଳ ଏକ ଚୁକ୍ତି ଆଧାରରେ ଜଣେ ବିବାହିତାଙ୍କୁ ନିଜ ହେପାଜତକୁ ନେବାକୁ ଯୁବକ ଦାବି କରିପାରିବେ ନାହିଁ। ହାଇକୋର୍ଟଙ୍କ ପୀଠ ମାମଲାକୁ ଖାରଜ କରି ଜୋରିମାନା ବାବଦରେ ୫ ହଜାର ଟଙ୍କା ପ୍ରଦାନ ପାଇଁ ଯୁବକଙ୍କୁ ନିର୍ଦେଶ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories