www.samajalive.in
Saturday, December 13, 2025
26.1 C
Bhubaneswar

ଜୀ-ସାର୍ଥକରେ ମେଗା ଧାରାବାହିକ ‘ସାଥିରେ’, ଆସିଲା ଉତ୍କଣ୍ଠାପୂର୍ଣ ମୋଡ

ଡେସ୍କ: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ସାଥିରେ’। ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ଭିନ୍ନ ଧରଣର ଏହି ମେଗା ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ ଓ ଓଡିଆ ଦର୍ଶକଙ୍କ ମନ ଜିତିଛନ୍ତି।

ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦେଶୀତ ‘ସାଥିରେ’ କାହାଣୀରେ ଧାରା ହେଉଛି ଏକ ଚୁଲବୁଲି ଚରିତ୍ରଟିଏ। ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହସି ସବୁ ସମସ୍ୟାର ସମାଧାନ କରିଦିଏ। ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ ଏବଂ ନିଜ ଲକ୍ଷ୍ୟପଥରେ ପହଂଚିବାରେ ସବୁବେଳେ ବ୍ୟସ୍ତ। ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ। କିନ୍ତୁ ଦୁହେଁ ଦୁହିଁଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ ହୋଇପାରେ। ହେଲେ କାହାଣୀରେ ଆସିଛି ପରିବର୍ତନ ଓ ଅମ୍ବରର ମନ ଢଳିଛି ଧାରା ଆଡକୁ ହେଲେ ପ୍ରେମରେ ଥରେ ଧୋକା ଖାଇଥିବା ଅମ୍ବର ପାଇଁ ପୁଣି ସେଇ ରାସ୍ତାକୁ ଫେରିବାକୁ ଆଉ ସହଜ ହୋଇନି ଓ ସେଠିପାଇଁ ସେ ନେଇଛି ଏକ ଅଦ୍ଭୁତ ପଦକ୍ଷେପ ଓ ବାହା ହେବାକୁ ଯାଉଛି ଅନ୍ୟ ଏକ ଝିଅକୁ। ତେବେ କିଏ ସେହି ଝିଅ, ସତରେ କଣ ଅମ୍ବର ତାକୁ ବାହାହେବ, ତେବେ ଧାରାର କଣ ହେବ, କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା ଏହି ପରି ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ। ଅନନ୍ୟା, ଅଭିଜିତଙ୍କ ଛଡା ଶେଲି ମିଶ୍ର ଓ ସ୍ନିଗ୍ଧା ମହାନ୍ତି ଏହି କାହାଣୀରେ ଗୋଟେ ଗୋଟେ ଦମଦାର ଭୂମିକାରେ ଅଛନ୍ତି।

- Advertisement -

ପୂର୍ବରୁ ଜୀ-ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକୀୟ ଆଦୃତି। ଏଥର ବି ‘ସାଥୀରେ’କୁ ଓଡିଆ ଦର୍ଶକ ଭଲପାଇବା ଦେଇଛନ୍ତି ଓ ଆଗକୁ ଏହି ପରି ଭଲ ପାଇବା ଦେବେ ବୋଲି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍ ମୁଖ୍ୟ ପ୍ରତୀକ ସିଲ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories