www.samajalive.in
Saturday, December 13, 2025
26.1 C
Bhubaneswar

ମିଳୁନି ପେଟ୍ରୋଲ, ଡିଜେଲ: ରାସ୍ତାରେ ଅଟକି ରହିଛି ଯାନବାହାନ

ପଦ୍ମପୁର: ରାଜ୍ୟବ୍ୟାପୀ ଚାଲିଥିବା ଚାଳକ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚିଛି। ସେଥିରୁ ବାଦ ପଡିନି ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଳକମାନେ ସୂଚନା ଦେଇଛନ୍ତି। ଆନ୍ଦୋଳନ ଯୋଗୁଁ ଆଟୋ, ବସ ଓ ଟ୍ରକ ବନ୍ଦ ରହିଛି। ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ଉପରେ ପଡୁଛି। ଆନ୍ଦୋଳନ ଯୋଗୁଁ ପଦ୍ମପୁର ଓ ଆଖ ପାଖ ପେଟ୍ରୋଲ ଟାଙ୍କିରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେବା ସହ କିଛି ଟାଙ୍କିରେ ତେଲ ମନା କରୁଥିବା ଦେଖିବାକୁ ମିଳୁଛି। ଆଜି ପଦ୍ମପୁର ୩୨୬ନଂ ଜାତୀୟ ରାଜପଥ କଡ଼ରେ ବହୁ ପେଟ୍ରୋଲ, ଡିଜେଲ ଟ୍ୟାଙ୍କର ଗାଡ଼ି ସମେତ ବିଭିନ୍ନ ମାଲ ପରିବହନ ଗାଡ଼ିଗୁଡିକକୁ ପଦ୍ମପୁର ଅଟୋ ଚାଳକମାନେ ଅଟକ ରଖିଥିବା ଦେଖିବାକୁ ମିଳିଛି। ବଜାରକୁ ବିଭିନ୍ନ ସାମଗ୍ରୀର ଗାଡ଼ିଗୁଡ଼ିକ ଆସୁନଥିବାରୁ ଦରଦାମ ବଢିବା ନେଇ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ ସୁନିଶ୍ଚିତ କରିବାକୁ ଟାସ୍କଫୋର୍ସ ଗଠନ ହୋଇଥିଲେ ମଧ୍ୟ ପଦ୍ମପୁର ଅଞ୍ଚଳରେ ତାହାର କିଛି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି। ଚାଳକମାନେ ଧର୍ମଘଟ ପ୍ରତ୍ୟାହାର ନକଲେ ଦରଦାମ ଓ କଳାବଜାରୀ ବଢିବା ଆଶଙ୍କା ରହିଛି। ଦାବୀ ପୁରାଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଟୋ ସଂଘ ସମ୍ପାଦକ ଚନ୍ଦନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଅଟୋସଂଘ ସଭାପତି ଏ ନାଗଭୂଷଣଙ୍କ ନେତୃତ୍ୱରେ ୩୨୬ନଂ ଜାତୀୟ ରାଜପଥ ମୁଚିକିପଦର ଛକ ନିକଟରେ ଗାଡିଗୁଡିକୁ ଅଟକ ରଖିଥିବା ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories