www.samajalive.in
Saturday, December 13, 2025
26.1 C
Bhubaneswar

ଏମିତି ବି ଆସେ ମୃତ୍ୟୁ; ଚାଳକଙ୍କ ଆକସ୍ମିକ ମୃତ୍ୟୁ

ପଦ୍ମପୁର : ମଣିଷର ମୃତ୍ୟୁ କେତେବେଳେ କେଉଁ ବାଟରେ ଆସେ ତାହା ସେ ନିଜେ ମଧ୍ୟ ଜାଣିପାରି ନଥାଏ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ କେନ୍ଦୁଗୁଡା ଗ୍ରାମରେ। ଗତକାଲି କେନ୍ଦୁଗୁଡା ଗ୍ରାମରେ ଅମରାବତୀ ନାମକ ଏକ ବସ୍‌ର ଚାଳକ ସାହୁକାର ସନ୍ତୋଷଙ୍କର ବସ୍‌ରେ ଅଚାନକ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ବସ୍‌ର ହେଲପର ଓ କଣ୍ଡକ୍ଟର ଶୁକ୍ରବାର ସକାଳେ ଜଳଖିଆ ଖାଇବା ପାଇଁ ଚାଳକଙ୍କୁ ଉଠାଇଥିଲେ । କିନ୍ତୁ ଚାଳକ ଜଣକ ଦେହ ଖରାପ ବୋଲି କହିଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ପୁଣି ଥରେ ତାଙ୍କୁ ଡାକିବାରୁ ସେ ଆସିବାକୁ ମନା କରି ଦେଇଥିଲା । ତେବେ ରାତିରେ ଖାଇବା ପାଇଁ ଡାକିବାରୁ ସେ କଥାବର୍ତ୍ତା କରୁ ନଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଚାଳକଙ୍କ ପ୍ରାଣବାୟୁ ଘଟଣା ସ୍ଥଳରେ ଉଡି ଯାଇଥିଲା । ଘଟଣା ସ୍ଥଳରେ ପଦ୍ମପୁର ପୁଲିସ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରିଛି। ପୁଲିସ କହିବା ଅନୁଯାୟୀ, ଚାଳକଙ୍କର ଶ୍ୱାସ ରୋଗ ରହିଥିଲା । ପଦ୍ମପୁର ପୁଲିସ କେସ ନମ୍ବର ୨/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଜି ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ ଏସଆଇ ପ୍ରଜ୍ଞାଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories