www.samajalive.in
Thursday, December 11, 2025
14.1 C
Bhubaneswar

ନିଃସର୍ତ୍ତ ଆତ୍ମସମର୍ପଣ କରିବେ ଇମ୍ରାନ

ଲହୋର : ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ  ନିଃସର୍ତ୍ତ ଆତ୍ମସମର୍ପଣ କରିବେ। ଶନିବାର ୧୮ ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ପୁଲିସର ଗିରଫ ଏଡାଇବା ଲାଗି ଅଦାଲତ ଇମ୍ରାନଙ୍କୁ ଆତ୍ମସମର୍ପଣର ସୁଯୋଗ ଦେଇଛନ୍ତି। ଗୁରୁବାର ଜିଲା ଦୌରାଜଜ୍ କୋର୍ଟ ଇମ୍ରାନଙ୍କ ଗିରଫ ପ୍ରସଙ୍ଗର ଶୁଣାଣି କରିବା ପରେ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କହିଥିଲେ। ନିଃସର୍ତ୍ତ ଆତ୍ମସମର୍ପଣ ନିମନ୍ତେ ରାଜି ହେଲେ ତାଙ୍କୁ ପୁଲିସ ଗିରଫରୁ ଆଶ୍ବସ୍ତି ଦିଆଯିବ ବୋଲି ଅଦାଲତ ସର୍ତ୍ତ ରଖିଥିଲେ। ଆତ୍ମସମର୍ପଣ କରିବା ପରେ ଇମ୍ରାନ ଅଦାଲତରୁ କୌଣସି ପ୍ରକାର ଆଶ୍ବସ୍ତି ନିମନ୍ତେ ଆବେଦନ କରିପାରିବେ। ଅଦାଲତଙ୍କ ନିର୍ଦେଶକ୍ରମେ ଇମ୍ରାନଙ୍କ ଓକିଲ ତାଙ୍କ ମହକିଲଙ୍କ ଆତ୍ମସମର୍ପଣ ସଂକ୍ରାନ୍ତ ଲିଖିତ ଘୋଷଣାନାମା ଦାଖଲ କରିଥିଲେ। ​‌ଦୁର୍ନୀତି ଅଭିଯୋଗରେ ଅଦାଲତ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ପୁଲିସ ତାଙ୍କୁ ଗିରଫ ନିମନ୍ତେ ​‌ମଙ୍ଗଳବାର ବାସଭବନ ଘେରାଉ କରିଥିଲା। ମାତ୍ର ଇମ୍ରାନଙ୍କ ସମର୍ଥକଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories