କଣ୍ଟାବାଞ୍ଜି : ତୁରେକେଲା ବ୍ଳକରେ କଣ୍ଟାବାଞ୍ଜି ବନାଞ୍ଚଳ ଓ ବଙ୍ଗୋମୁଣ୍ଡା ବନାଞ୍ଚଳର ମିଳିତ ଆନୁକୂଲ୍ୟରେ ବ୍ଳକ ସଭାଗୃହରେ ଜଙ୍ଗଲ ନିଆଁ ବିରୋଧରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡମାଳୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଳକ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର, ସରପଞ୍ଚ ସଂଘ ସଭାପତି ଜଳନ୍ଧର ମହାକୁଡ, ତୁରେକେଲା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ ମେହେର, ଦିଗାମ୍ବର ସ୍ୱ।ଇଁ, ବିଶ୍ୱଜିତ ସାମଲ , ବଙ୍ଗୋମୁଣ୍ଡା ରେଞ୍ଜର ଜନାର୍ଦ୍ଦନ ଠାକୁର ପ୍ରମୁଖ ଯୋଗ ଦେଇଥିଲେ। ପ୍ରକୃତିବନ୍ଧୁ ବିରଂଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ। ଯଦି ଆମେ ସମସ୍ତେ ମିଶି ପ୍ରତ୍ୟେକ ଗ୍ରାମରେ ଜଙ୍ଗଲ ନିଆଁ ବିରୋଧରେ ସଚେତନତା କରିବା ତାହା ହେଲେ ବନାଗ୍ନିର ପରିମାଣ କମିବ ଓ ମିଶନ ଶକ୍ତିର ମହିଳା ମାନେ ଏହାକୁ ସଫଳ କରିପାରିବେ ବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ।ଅତିଥି ମାନଙ୍କ ଅଭିଭାଷଣ ପରେ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ପ୍ରକୃତି ପ୍ରେମୀ ମାନଙ୍କୁ ବିଭିନ୍ନ ସଚେତନ ଧର୍ମୀ ଚିତ୍ର ପ୍ରଦର୍ଶନ କରାଯାଇଥିଲା।ତାପରେ ସମସ୍ତେ ଶପଥପାଠ କରିବା ପରେ ବ୍ଳକ ପରିସରରୁ ବାହାରି ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ମିଶନ ଶକ୍ତି ର ସ୍ୱୟଂସହାୟିକ ମହିଳାବୃନ୍ଦ, ସମାଜସେବୀ, ପ୍ରକୃତିପ୍ରେମୀ ତଥା ବନକର୍ମଚାରୀ ପ୍ରଦୀପ ସାହୁ, ନରୋତ୍ତମ ମହାନନ୍ଦ,ରାମଚନ୍ଦ୍ର ନାଏକ,ଦିବସ କୁମାର ମାଝୀ, ସତ୍ୟବାନ ମାଝୀ, ବିଷ୍ଣୁ ଛୁରା,ସମୀର ସିଂଦେଓ,ହିମାଂଶୁ ହରପାଲ,ଗୋବର୍ଦ୍ଧନ ପୁଟେଲ, କ୍ଷୀରଧର ମାଝୀ ଆଦି ଉପସ୍ଥିତ ଥିଲେ।
Popular Categories



