www.samajalive.in
Sunday, December 14, 2025
26.1 C
Bhubaneswar

ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ପୂର୍ବ ସମସ୍ତ ପରୀକ୍ଷା ସଫଳ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ପୂର୍ବ ସମସ୍ତ ପରୀକ୍ଷା ସଫଳ ହୋଇଥିବା ଗୁରୁବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ଉତ୍‌କ୍ଷେପଣ ସମୟରେ ଚନ୍ଦ୍ରଯାନ-୩କୁ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ତାହାର ସମସ୍ତ ପରୀକ୍ଷା ଶେଷ ହୋଇଥିବା ଇସ୍ରୋ କହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ବେଙ୍ଗାଲୁରୁସ୍ଥିତ ୟୁଆର ରାଓ ଉପଗ୍ରହ କେନ୍ଦ୍ରରେ ସମସ୍ତ ପରୀକ୍ଷା ହୋଇଥିବା ଜଣାପଡ଼ିଛି।
ଇସ୍ରୋ ତରଫରୁ ମିଳିଥିବା ସୂଚନାନୁଯାୟୀ ଚନ୍ଦ୍ରଯାନ-୩ର ୩ଟି ମୁଖ୍ୟ ମଡ୍ୟୁଲ୍‌ ରହିଛି। ସେଗୁଡ଼ିକ ହେଲା ପ୍ରପଲସନ୍‌, ଲାଣ୍ଡର ଓ ରୋଭର। ଏଗୁଡ଼ିକ ଠିକ୍‌ଭାବେ କାମ କରୁଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ ପାଇଁ ପରୀକ୍ଷା କରାଯାଇଥିଲା। ସେହିପରି ଗତ ଫେବୃଆରୀ ୨୪ରେ ଇସ୍ରୋ ତରଫରୁ କ୍ରାଓଜେନିକ୍‌ ଇଞ୍ଜିନର ସଫଳ ପରୀକ୍ଷଣ ହୋଇଥିଲା। ଏହି ଇଞ୍ଜିନକୁ ୨୫ ସେକେଣ୍ଡ ପର୍ଯ୍ୟନ୍ତ ପୂର୍ଣ୍ଣ ଶକ୍ତିରେ ଚଲାଯାଇଥିଲା। ପରବର୍ତ୍ତୀ ସମୟରେ ଇଞ୍ଜିନର ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କରାଯିବ ବୋଲି ଇସ୍ରୋ ତରଫରୁ ସୂଚନା ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories