www.samajalive.in
Monday, December 8, 2025
13.1 C
Bhubaneswar

‘ହେରା ଫେରି ୩’ରେ କମେଡ଼ିର ତଡ଼୍‌କା ଲଗାଇବେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ଏକାଧିକ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ରେ ନଜର ଆସିବେ ସଞ୍ଜୟ। ଏହାପରେ ଶୁଣିବାକୁ ମିଳୁଛି ‘ହେରା ଫେରି ୩’ରେ ମଧ୍ୟ ତାଙ୍କର ଏଣ୍ଟ୍ରି ହୋଇଛି। ଏନେଇ ଅଭିନେତା ନିଜେ ସ୍ପଷ୍ଟ କରିଛନ୍ତି।

ସଞ୍ଜୟ ଦତ୍ତ ସ୍ପଷ୍ଟ କରିଛନ୍ତି ଯେ, ସେ ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି ୩’ରେ ନଜର ଆସିବେ। ସେ ତାଙ୍କ ଚରିତ୍ର ବିଷୟରେ ସବିଶେଷ ତଥ୍ୟ ଶେୟାର କରିଛନ୍ତି। ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ, ସେ ‘ହେରା ଫେରି ୩’ ଚଳଚ୍ଚିତ୍ରରେ ଜଣେ ଅନ୍ଧ ଡନ୍ ଭୂମିକାରେ ଅଭିନୟ କରୁଛନ୍ତି କି? ଏହାର ଉତ୍ତରରେ ସଞ୍ଜୁ କହିଛନ୍ତି, ‘ହଁ’।

- Advertisement -

ସୂଚନା ମୁତାବକ, ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତ ଏକ ଖାସ୍‌ ଚରିତ୍ରରେ ନଜର ଆସିବେ। ଏହି ଚରିତ୍ରଟି ପ୍ରାୟତଃ ‘ୱେଲକମ୍‌’ ଚଳଚ୍ଚିତ୍ରରେ ଫିରୋଜ ଖାନଙ୍କ ଚରିତ୍ର ଆରଡିଏକ୍ସ ପରି ହେବ। ‘ହେରା ଫେରି ୩’ର ଶୁଟିଂ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି। ଲସ୍ ଆଞ୍ଜେଲସ୍, ଦୁବାଇ ଏବଂ ଆବୁଧାବିରେ ଫିଲ୍ମର ଶୁଟିଂ କରାଯିବ।

କିଛି ଦିନ ପୂର୍ବେ ସଞ୍ଜୟ ଦତ୍ତ ଏକ ଷ୍ଟୋର ଲଞ୍ଚ୍ କରିବାକୁ ଆସିଥିଲେ। ସେଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ‘‘ହଁ, ମୁଁ ‘ହେରା ଫେରି ୩’ ଫିଲ୍ମ କରୁଛି। ପୁରା ଟିମ୍ ସହିତ ଶୁଟିଂ କରିବା ମଜାଦାର ହେବାକୁ ଯାଉଛି। ଏହା ଏକ ସୁନ୍ଦର ଫ୍ରାଞ୍ଚାଇଜ୍ ଏବଂ ମୁଁ ଏହାର ଏକ ଅଂଶ ହୋଇ ଖୁସି ଅନୁଭବ କରୁଛି। ଫିରୋଜ(ନିର୍ମାତା ଫିରୋଜ ନାଡିଆଡୱାଲା) ଏବଂ ମୋର ସମ୍ପର୍କ ମଧ୍ୟ ବହୁତ ପୁରୁଣା। ଅକ୍ଷୟ, ସୁନୀଲ ଆନ୍ନା, ଏବଂ ପରେଶଙ୍କ ସହିତ କାମ କରିବାକୁ ଖୁବ୍‌ ଉତ୍ସାହିତ।’’

ଏଠାରେ ଉଲ୍ଲେଖଯୋଗ୍ୟ, ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ‘ହେରା ଫେରି ୩’ରେ ନଜର ଆସିବେ। ଗତ ବର୍ଷ ତାଙ୍କ ଭୂମିକା ବିଷୟରେ ସ୍ପଷ୍ଟ କରାଯାଇଥିଲା।

 

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories