www.samajalive.in
Sunday, December 14, 2025
16.1 C
Bhubaneswar

ଚକଡ଼ା ଚକ୍ରବ୍ୟୂହରେ ଚାଷୀ

କାଠଡ଼େରା: ଚାଷୀ ହାରିଲେ ଜୀବନ

କାଠଡ଼େରା: ଚକଡ଼ା ମାଡ଼ରେ ଉଜୁଡ଼ି ଯାଇଥିବା ଫସଲ ଯୋଗୁ ବରଗଡ଼ ଜିଲା ଅତାବିରା ବ୍ଲକ ମନାପଡ଼ା ଗ୍ରାମପଞ୍ଚାୟତ ଲୁରୁପାଲି ଗ୍ରାମର ଯୁବ ଚାଷୀ ଅଶୋକ ମେହେର (୩୪) କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ୧୬ ତାରିଖରେ ସେ କୀଟନାଶକ ଖାଇ ଦେଇଥିଲେ ଓ ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଦୀର୍ଘ ୧୪ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ଅଶୋକଙ୍କ ପତ୍ନୀ ପୂର୍ଣ୍ଣବାସୀଙ୍କ କହିବାନୁସାରେ ଅଶୋକ ନିଜର ଅଢ଼େଇ ଏକର ଏବଂ ଭାଗ ଚାଷୀ ଭାବେ ୪ ଏକର, ମୋଟ ସାଢ଼େ ୬ ଏକର ଜମିରେ ଧାନ ଚାଷ କରିଥିଲେ। ତେବେ ଜମିରେ ଚକଡ଼ା ପୋକ ଲାଗିବା ଏବଂ ସେ ବାରମ୍ବାର ବିଭିନ୍ନ ପ୍ରକାର ଔଷଧ ସିଞ୍ଚନ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ନେଇ ଚିନ୍ତିତ ହୋଇପଡିଥିଲେ। ସେ ଚାଷ କାମ ପାଇଁ ପ୍ରାୟ ୨ଲକ୍ଷ ଟଙ୍କା ହାତ ଉଧାରି ଆଣିଥିବା ବେଳେ ପୂର୍ଣ୍ଣବାସୀ ନିଜେ ଏକ ଗ୍ରୁପ୍‍ରୁ ଚାଷ ପାଇଁ ୩୫ ହଜାର ଟଙ୍କା କରଜ ଆଣିଥିବା ପ୍ରକାଶ କରିଛନ୍ତି। ଋଣବୋଝ ଓ ଚକଡ଼ା ମାଡ଼ ଯୋଗୁଁ ସେ କୀଟନାଶକ ଖାଇ ଦେଇଥିଲେ ବୋଲି ପତ୍ନୀ ପୂର୍ଣ୍ଣବାସୀ ଅଭିଯୋଗ କରିଛନ୍ତି। ମୃତ ଅଶୋକଙ୍କ ପତ୍ନୀ ପୂର୍ଣ୍ଣବାସୀ (୩୦), ଦୁଇ ନାବାଳକ ପୁଅ ଶ୍ରୀଜିତ (୧୦) ଓ ଶ୍ରୀମାନ(୪) ଅଛନ୍ତି।

ବିନିକା: ଉଜୁଡ଼ିଲାଣି ୯ ହଜାର ହେକ୍ଟର ଫସଲ

- Advertisement -

ଫୁଲମୁଠୀ: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କିଛି ଦିନ ହେଲା ରୋଗ ପୋକର ପ୍ରାଦୁର୍ଭାବ ବୃଦ୍ଧି ଏବେ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଛି। ଏପରି ସ୍ଥିତିର ଚଳିତ ବର୍ଷ ସମୁଦାୟ ୧୯ ହଜାର ୮୧୦ ହେକ୍ଟର ଜମି ମଧ୍ୟରୁ ଏବେ ଅଞ୍ଚଳର ୯ ହଜାର ହେକ୍ଟର ଫସଲ ରୋକପୋକ ଲାଗି କ୍ଷତି ହୋଇ ସାରିଛି। କୃଷି ବିଭାଗ କାର୍ଯ୍ୟାଳୟରୁ ହସ୍ତଗତ ରିପୋର୍ଟ ଅନୁସାରେ ଚକଡ଼ା ପୋକରେ ୩ ହଜାର ୮୪୦ ହେକ୍ଟର ଫସଲ ସମ୍ପୂର୍ଣ୍ଣ କ୍ଷତି ଘଟିସାରିଥିବା ବେଳେ ସଢ଼ା ରୋଗ ଲାଗି ୧୫୩୬, ପତ୍ରପୋଡ଼ାରେ ୧୧୬୫, କାଣ୍ଡବିନ୍ଧା ଲାଗି ୮୬୦, ମହିଷା ରୋଗରେ ୯୨୦, ପତ୍ରମୋଡ଼ା ରୋଗରେ ୪୬୫, ଅଷ୍ଟପଦୀ ରୋଗରେ ୫୦ ହେକ୍ଟର ଫସଲ କ୍ଷତି ହୋଇସାରିଛି। ସେହିପରି ବଙ୍ଗୀ, ବଙ୍କୀ, ପତ୍ର ଝାଉଁଳା ଓ ମୂଳସଢ଼ା ତଥା ଅନ୍ୟାନ୍ୟ ରୋଗପୋକ ଲାଗି ମଧ୍ୟ ୧୬୪ ହେକ୍ଟର ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇ ସାରିଛି। ଏହିପରି ଭାବରେ ବିନିକା ଅଞ୍ଚଳରେ ହୋଇଥିବା ଋତୁ ଚାଷର ସର୍ବମୋଟ ୧୯ ହଜାର ୮୧୦ ହେକ୍ଟର ଜମି ମଧ୍ୟରୁ ଆଜି ପର୍ଯ୍ୟନ୍ତ ସର୍ବାଧିକ ୯ ହଜାର ହେକ୍ଟର ଜମିରେ ରୋଗପୋକ ଲାଗି ସମ୍ପୂର୍ଣ୍ଣ କ୍ଷତି ହୋଇ ସାରିଛି। ଏ ସମ୍ପର୍କରେ ବିନିକା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀ ସୂଚନା ପ୍ରଦାନ କରିଛନ୍ତି।

 

 

 

 

 

 

 

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories