www.samajalive.in
Saturday, December 13, 2025
26.1 C
Bhubaneswar

‌ହାତୀଧରା,ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିଆଁକୁ ଆୟତକଲେ ଅଗ୍ନିଶମ ବାହିନୀ ଏବଂ ବନବିଭାଗ

ହରଭଙ୍ଗା -ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ଫରେଷ୍ଟ ରେଞର ତଳଗାଁ ସେକ୍ସନର ହାତୀଧରା ଏବଂ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲର ଅଧିକାଂଶ ସ୍ଥାନରେ ଗତ ମଙ୍ଗଳବାର ନିଆଁଲାଗିଥିଲା । ନିଆଁ ଲାଗିଥିବା ଘଟଣାକୁ ଦୃଷ୍ଟିରେ ରଖି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ବୌଦ୍ଧ ରେଞ ଅଧିନରେ ଥିବା ଅଗ୍ନିଶମ ବାହିନୀଙ୍କ ସହିତ ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନଙ୍କୁ ସେଠାକୁ ନିଆଁଲିଭାଇବା ପାଇଁ ପଠାଇଥିଲେ ।

ଅଗ୍ନିଶନ ବାହିନୀ ଏବଂ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ସଂରକ୍ଷିତ ଜଙ୍ଗଲରେ ନିଆଁ ଲିଭା କାର୍ଯ୍ୟ ସଫଳ ହୋଇଛି । ଏହି କାର୍ଯ୍ୟରେ ସ୍ଥାନୀୟ ଫରେଷ୍ଟ ଗାର୍ଡ ଶରତ ନାୟକ,ଅର୍ଜ୍ଜୁନ ବେହେରା,ପ୍ରକାଶ ପ୍ରଧାନ, ପ୍ରମୁଖ ସାମିଲ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories