୨୩ ବର୍ଷ ହେଲା ବାରଣ୍ଡାରେ ଚାଲିଛି ଅଙ୍ଗନବାଡି

ଧାମରା :ଧାମରା ଅଂଚଳରେ ଥିବା ଏକ ଅଙ୍ଗନବାଡି ଛୁଆଙ୍କୁ ଘର ମନା,ଦୀର୍ଘ ୨୩ବର୍ଷ ହେବ ବାରଣ୍ଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କେଉଁ ପରିସ୍ଥିତିରେ ୪୦ ଜଣ ଶିଶୁ ବାରଣ୍ଡରେ ଶିକ୍ଷା ଗ୍ରହଣ କରୁଛନ୍ତି ତାହାର ଉତ୍ତର କାହା ପାଖରେ ନାହିଁ ।

୨୦୨୦ ମସିହାରେ ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ଅର୍ନ୍ତଗତ ରବୀନ୍ଦ୍ର ନଗରରେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ । ପ୍ରଥମେ ଏହି ଅଙ୍ଗନବାଡି କେନ୍ଦ୍ର ଏହି କେନ୍ଦ୍ରରେ ନିଯୁକ୍ତ ପାଇଥିବା ଅଙ୍ଗନବାଡି କର୍ମୀଙ୍କ ଘରେ ଖୋଲିଥିଲା । ପରେ ସେହି ଅଂଚଳର କିଛି ଲୋକ ଏହାକୁ ଘୋର ବିରୋଧ କରିବା ସହ ଏହି ଅଙ୍ଗନବାଡି କେନ୍ଦ୍ର ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର ପାଇଁ ଦାବି କରିଥିଲେ । ସିଡିପିଓ ଅଂଚଳବାସୀଙ୍କ ସହ କଥା ହୋଇ ଏହି ଅଙ୍ଗନବାଡି କେନ୍ଦ୍ରକୁ ରବୀନ୍ଦ୍ର ନଗର ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ ୨୩ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଆଜି ପର୍ଯ୍ୟନ୍ତ ଏହି କୋମଳମତି ଶିଶୁ କେଉଁ ପରିସ୍ଥିତିରେ ବାରଣ୍ଡାରେ ଶିକ୍ଷା ଗ୍ରହଣ କରୁଛନ୍ତି ସେଥିପ୍ରତି ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି । ଖରା ବର୍ଷାରେ ଶିଶୁମାନେ ସେହି ସ୍ଥାନରେ ଶିକ୍ଷା ଗ୍ରହଣ କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏକ ସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଦାବି ହୋଇଛି ।

 

Comments are closed.