www.samajalive.in
Sunday, December 14, 2025
26.1 C
Bhubaneswar

ଶିଶୁପୁତ୍ରକୁ ଚେଙ୍କ ଦେବା ଅଭିଯୋଗ-  ମା’ ଓ ସମ୍ପର୍କୀୟ ଥାନାରେ ଅଟକ 

ଯାଜପୁର ସଦର: ଯାଜପୁର ଜିଲା ବୈରୀ ଥାନା କାଇମାଟିଆ ପଞ୍ଚାୟତ ଗୋପନଗର ଗ୍ରାମର ଜନୈକ ମହିଳା ନିଜର ୪ବର୍ଷର ଶିଶୁପୁତ୍ରକୁ ଦୀର୍ଘଦିନ ଧରି ଚେଙ୍କ ଦେବା ଅଭିଯୋଗରେ ବୈରୀ ଥାନାରେ ମା’ ଓ ସମ୍ପର୍କୀୟକୁ ଅଟକ ରଖାଯାଇଛି। ଘଟଣାରୁ ପ୍ରକାଶ ଗୋପନଗର ଗ୍ରାମର ଶିଶୁପୁତ୍ରର ମା’ ରଶ୍ମି ମହାପାତ୍ର ନିଜର ସମ୍ପର୍କୀୟ ଭାଇ କୁହାଯାଉଥିବା କମଳାକାନ୍ତ ମହାପାତ୍ରଙ୍କ ସହିତ ରହୁଥିଲେ। ରଶ୍ମିଙ୍କର ୪ବର୍ଷର ଏକ ଶିଶୁପୁତ୍ର ଥିବା ବେଳେ ରଶ୍ମିଙ୍କର ସ୍ୱାମୀ କେଉଁଆଡ଼େ ଚାଲିଯାଇଥିଲେ। ଏହାର ସୁଯୋଗରେ ରଶ୍ମି ନିଜର ୪ବର୍ଷର ଶିଶୁପୁତ୍ରକୁ ବିଭିନ୍ନ ସମୟରେ ଚେଙ୍କ ଦେଉଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଜନପ୍ରତିନିଧି ଶିଶୁ ସୁରକ୍ଷା ୟୁନିଟ୍‍ ଓ ଶିଶୁମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶିଶୁ ମଙ୍ଗଳ କମିଟି ନିର୍ଦେଶ କ୍ରମେ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ନିରଞ୍ଜନ କରଙ୍କ ନିର୍ଦ୍ଦେଶ କ୍ରମେ ଅର୍ଚ୍ଚନା କୁମାରୀ ସାମନ୍ତ ଓ ମିହିର କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଅସୁସ୍ଥ ଥିବା ଶିଶୁକୁ ଉଦ୍ଧାର କରି ଯାଜପୁର ବାଳାଶ୍ରମ ସ୍ଥିତ ସା ରେ ରଖିଥିଲେ। ଏ ସମ୍ପର୍କରେ ଶିଶୁ ମଙ୍ଗଳ କମିଟିକୁ ଅବଗତ କରିଥିଲେ। ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ୪ବର୍ଷ ଶିଶୁପୁତ୍ରର ଅବସ୍ଥା ଭଲ ନଥିବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

- Advertisement -

ଏ ନେଇ ଶିଶୁମଙ୍ଗଳ କମିଟିର ସଦସ୍ୟ ଜୟନ୍ତ କୁମାର ଗୋସ୍ୱାମୀ ମା’ ରଶ୍ମି ମହାପାତ୍ର ଓ ଶିଶୁର ସମ୍ପର୍କୀୟ ମାମୁଁ କମଳାକାନ୍ତ ମହାପାତ୍ରଙ୍କ ବିରୋଧରେ ବୈରୀ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ଶିଶୁ ସୁରକ୍ଷା ୟୁନିଟ୍‍କୁ ଲିଖିତ ଜଣାଇଥିଲେ। ପରେ ଶିଶୁ ସୁରକ୍ଷା ୟୁନିଟ୍‍ ପକ୍ଷରୁ ବୈରୀ ଥାନରେ ଶିଶୁର ମା’ ରଶ୍ମି ମହାପାତ୍ର ଓ ସମ୍ପର୍କୀୟ ମାମୁଁ କମଳାକାନ୍ତ ମହାପାତ୍ରଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଭିିତ୍ତି କରି ବୈରୀ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶିଶୁର ମା’ ରଶ୍ମି ମହାପାତ୍ର ଓ ସମ୍ପର୍କୀୟ ମାମୁଁ କମଳାକାନ୍ତ ମହାପାତ୍ରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଶିଶୁ ମଙ୍ଗଳ କମିଟି ପକ୍ଷରୁ ଏ ନେଇ ଯାଜପୁର ଜିଲାପାଳ, ଅତିରିକ୍ତ ଜିଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories