www.samajalive.in
Sunday, December 14, 2025
26.1 C
Bhubaneswar

ଆରପାରିରେ ଅଭିନେତା ସମୀର ଖଖର୍‌

ମୁମ୍ବାଇ: ଦୂରଦର୍ଶନର ଚର୍ଚ୍ଚିତ ଧାରାବାହିକ ‘ନୁକ୍କଡ଼’ରେ ଖୋପଡ଼ି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ସମୀର ଖଖର୍‌ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି। ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଗତକାଲି ସକାଳୁ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ବୋରିୱଲି ସ୍ଥିତ ଏମ୍‌ଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ତାଙ୍କର ଏକାଧିକ ଅଙ୍ଗ ନିଷ୍କ୍ରିୟ ହୋଇଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୪.୩୦ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା।
ସମୀର ଅନେକ ମଞ୍ଚ, ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରିଥିଲେ। ତେବେ ଗତ କିଛି ବର୍ଷ ହେବ ସେ ଅଭିନୟରୁ ଦୂରେଇ ରହିଥିଲେ। ‘ହସି ତୋ ଫଶି’, ‘ଜୟ ହୋ’, ‘ପଟେଲ କି ପଞ୍ଜାବୀ ଶାଦୀ’ ଆଦି ଚଳଚ୍ଚିତ୍ରରେ ସମୀର ଅଭିନୟ କରିଥିଲେ। ‘ସଞ୍ଜିବନୀ’ ନାମକ ଟିଭି ଶୋ’ରେ ମଧ୍ୟ ସେ ଅଭିନୟ କରିଥିଲେ। ଏହା ବ୍ୟତୀତ ‘ସର୍କସ୍‌’, ‘ନୟା ନୁକ୍କଡ୍‌’, ‘ଶ୍ରୀମାନ୍ ଶ୍ରୀମତୀ’, ‘ମଣିରଞ୍ଜନ’ ଏବଂ ‘ଅଦାଲତ’ ଭଳି ଲୋକପ୍ରିୟ ଟିଭି ଧାରାବାହିକରେ ଅଭିନୟ କରିଥିଲେ ସମୀର। ଅନେକ ୱେବ୍‌ ସିରିଜ୍‌ରେ ମଧ୍ୟ ସେ ଅଭିନୟ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories