www.samajalive.in
Saturday, December 13, 2025
26.1 C
Bhubaneswar

ଚାଷ ଜମିରୁ ମୋଟର ପମ୍ପ ଚୋରି: ୩ କୋର୍ଟ ଚାଲାଣ, ୨ ଫେରାର

ଲଡୁଗାଁ/କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ନିଗମ ତରଫରୁ ଚାଷ କାର୍ୟ୍ୟ ପାଇଁ ଲାଗିଥିବା ୪ଟି ଡିପ ବୋରୱେଲର ମୋଟର ପମ୍ପ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମର ଉଦ୍ଧବ ମେହର ଗତ ୧୧ ତାରିଖରେ କୋକସରା ଥାନାରେ ମୋଟର ଚୋରି ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଚୋରି ଘଟଣାରେ ସଂପୃକ୍ତ ଖୁଣ୍ଟିଆ ଗ୍ରାମର ଗୟଲ ଧରୁଆ (୪୦) ଓ ଦୁଇ ଭାଇ ଉପେନ୍ଦ୍ର ପଟେଲ(୩୨) ଏବଂ ମହେନ୍ଦ୍ର ପଟେଲ(୨୮) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି। କୋକସରା ଥାନା କେଶ ନମ୍ବର ୮୩/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୩ ଅଭିଯୁକ୍ତ ଜେଲ ଯାଇଥିବା ବେଳେ ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ଦେଇଛନ୍ତି। କୋକସରା ବ୍ଲକ ଅଞ୍ଚଳରେ ମୋଟର ଚୋରି କରୁଥିବା ପଛରେ ଏକ ରେକେଟ ସକ୍ରିୟ ଥିବା ବେଳେ ମାଷ୍ଟର ମାଇଣ୍ଡ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି। ସୂଚନା ଯୋଗ୍ୟ ଯେ ଆମପାଣି ଥାନା କାଉଡୋଳା ବଡ କେନ୍ଦୁଗୁଡା ରାସ୍ତା ସାନଜୋର ନାଳାରୁ ରାତିରେ ଗତ ଜାନୁୟାରୀ ମାସରେ ପାଣିପମ୍ପର ମଟର ଦୁର୍ବୁତ୍ତ ଚୋରି କରି ନେଇଥିଲେ। ଫଳରେ ପାଣି ପମ୍ପ ଉପରେ ନିର୍ଭର କରୁଥିବା ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। ଏ ଯାଏଁ ଆମପାଣି ପୁଲିସ ଏହାର ଟେର ପାଇ ନଥିବା ଜଣାପଡିଛି। ଗାଁ ଗାଁ ରୁ ଚାଷ ଜମି ମାନଙ୍କରୁ ମଟର ଚୋରି ହେଉଥିବା ଯୋଗୁଁ ଏବେ ଚାଷୀମାନେ ଚିନ୍ତାରେ ରହିଥିବା ଦେଖିବାକୁ ମିଲିଛି। ପୁଲିସ ପ୍ରଶାସନ ତୁରନ୍ତ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଖୋଜି ବାହାର କରିବାକୁ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories