www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ୭ଦଫା ଦାବିପତ୍ର ପ୍ରଦାନ

କେନ୍ଦୁଝରଗଡ଼: ଅଖିଳ ଭାରତ ରାଜ୍ୟ କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ନିଷ୍ପତ୍ତିକ୍ରମେ କେନ୍ଦୁଝର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ୱଦେୟ ପେନସନ ବ୍ୟବସ୍ଥାର ବିଲୁପ୍ତିକରଣ ଓ ପୂର୍ବ ପେନସନ ବ୍ୟବସ୍ଥାର ପୁନଃ ପ୍ରଚଳନ, ଚୁକ୍ତିଭିତ୍ତିକ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା, ଖାଲି ପଡ଼ିଥିବା ପଦ ପୂରଣ, ଘରୋଇକରଣ ବନ୍ଦ, ଅଷ୍ଟମ ବେତନ କମିଶନ ଗଠନ କରିବା, ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ୧୮ମାସର ବକେୟା ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ କରିବା, ଅନୁକମ୍ପାମୂଳକ ନିଯୁକ୍ତି ଉପରେ ଲଗା ଯାଇଥିବା କଟକଣାକୁ ପ୍ରତ୍ୟାହାର କରିବା, ଟ୍ରେଡ ୟୁନିଅନ କ୍ଷମତାର ସୁରକ୍ଷା ଦେବା ଦାବି ସମନ୍ୱୟ ସମିତି ପକ୍ଷରୁ କରାଯାଇଛି। ସମିତି ସଭାପତି ହରେକୃଷ୍ଣ ବେଜଙ୍କ ନେତୃତ୍ୱରେ ସମ୍ପାଦକ ସୁଜିତ କୁମାର ନାୟକ, କାର୍ଯ୍ୟାଳୟ ସମ୍ପାଦକ ପବିତ୍ର ପାତ୍ର, କୋଷାଧ୍ୟକ୍ଷ ରାମଚନ୍ଦ୍ର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ସୀତା ଭୋଳ, ଉପଦେଷ୍ଟା ମାଧବାନନ୍ଦ ନାୟକ, ପବିତ୍ର ପାଣିଗ୍ରାହୀ, ବିନୋଦ ବିହାରୀ ବଳଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଉପରୋକ୍ତ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories