www.samajalive.in
Sunday, December 14, 2025
26.1 C
Bhubaneswar

ଗର୍ଭଧାରଣର ପୂର୍ବ ଓ ପ୍ରସୂତୀ ପୂର୍ବ ନିଦାନ କୌଶଳ ଆଇନ ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

କେନ୍ଦୁଝରଗଡ଼: ଗର୍ଭଧାରଣର ପୂର୍ବ ଓ ପ୍ରସୂତୀ ପୂର୍ବ ନିଦାନ କୌଶଳ(ପିସିପିଏନ୍‌‌ଡିଟି) ଆଇନର ସରଳୀକୃତ କାର୍ଯ୍ୟକାରୀ କରିବା ପାଇଁ ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମିନି କନ୍‌‌ଫରେନ୍ସହଲ୍‌‌ଠାରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ବେଆଇନ ଲିଙ୍ଗ ନିରୂପଣ ରୋକିବା ଲାଗି ସରକାର ନୂତନ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଜିଲାପାଳ ସୂଚନା ଦେଇ କହିଥିଲେ ଯେ, କେନ୍ଦୁଝର ଜିଲାରେ ସମୁଦାୟ ୨୧ଟି ଅଲଟ୍ରାସାଉଣ୍ଡ୍‌‌ କ୍ଲିନିକ୍‌‌ କାମ କରୁଛି। ଏହି ପରିପ୍ରେକ୍ଷୀରେ ଯେଉଁ ବ୍ୟକ୍ତି ଅଣ ପଞ୍ଜିକୃତ ଅଲଟ୍ରାସାଉଣ୍ଡ କ୍ଲିନିକ କିମ୍ବା ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ସୂଚନା ପ୍ରଦାନ କରିବେ ସୂଚନା ପ୍ରଦାନକାରୀଙ୍କୁ ୩ଟି କିସ୍ତିରେ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସୂଚନା ପ୍ରଦାନକାରୀଙ୍କ ନାମ ଓ ଠିକଣା ସମ୍ପୂର୍ଣ୍ଣ ଗୋପନ ରଖାଯିବ। ସେମାନେ କୌଣସି ଆଇନଗତ ମାମଲାରେ ସମ୍ମୁଖୀନ ହେବେ ନାହିଁ। ଅନ୍ୟମାନଙ୍କ ମଧରେ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରଣତିନୀ ନାୟକ, ଡେପୁଟି କଲେକ୍ଟର ଜୁଡିସିଆଲ୍‌‌ ବସୁନ୍ଧରା ଭିତିରିଆ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ମହାନ୍ତି, ଏସ୍‌‌.ଏ. ନୃସିଂହ ନାରାୟଣ ନନ୍ଦ, ସହକାରୀ ପରିଚାଳକ ଏଲଏଆଇଏଏସ୍‌‌ ସୂର୍ଯ୍ୟପ୍ରକାଶ ପଣ୍ଡାଙ୍କ ସମେତ ଉପଦେଷ୍ଟା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories