www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀରେ ଲୋକେ ‘ଅଣନିଶ୍ୱାସୀ’: ଧୂପ ଏବଂ ମହମବତୀ ନ ଜାଳିବାକୁ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣସ୍ତର ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀ ଏବଂ ଏନ୍‍ସିଆର ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି। ସେଠାରେ ଲୋକେ ଅଣନିଶ୍ୱାସୀ ହୋଇପଡୁଛନ୍ତି। ବାୟୁ ଗୁଣାବତ୍ତା ଖରାପରୁ ଅତିଖରାପ ହେବାରେ ଲାଗିଛି। ପଡୋଶୀ ରାଜ୍ୟରେ ନଡ଼ା ଓ ଅଳିଆ ଆବର୍ଜନା ପୋଡ଼ା ଯିବାର ନକାରାତ୍ମକ ପ୍ରଭାବ ସିଧାସଳଖ ଦିଲ୍ଲୀ ଉପରେ ପଡ଼ିଛି। ତେଣୁ ରାଜଧାନୀ ଦିଲ୍ଲୀରେ ପୂଜାପାଠ ପାଇଁ ବ୍ୟବହାର ହେଉଥିବା ଧୂପକାଠି ଏବଂ ମହମବତୀ ନ ଜାଳିବାକୁ ମାର୍ଗଦର୍ଶିକା ଜାରି କରାଯାଇଛି। ସେହିପରି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ନ ଲଗାଇବାକୁ ପରାମର୍ଶ ଦିଆଯାଇଛି। ପ୍ରଦୂଷଣରୁ ବଞ୍ଚିବା ପାଇଁ ଘର ଚଟାଣକୁ ବାରମ୍ବାର ଓଦା କପଡ଼ାରେ ପୋଛିବା ସହ ଘର ବାହାରେ ଓଦା କପଡ଼ା ଶୁଖାଇବାକୁ କୁହାଯାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମ୍ପୂର୍ଣ୍ଣ ଦିଲ୍ଲୀର ବାୟୁ ଗୁଣାବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୧ (ଅତି ବିପଦଜନକ ସ୍ଥିତିରେ) ରହିଛି। ଉଲ୍ଲେଖ ଯେ ୦ରୁ ୫୧ ପର୍ଯ୍ୟନ୍ତ ବାୟୁ ଗୁଣାବତ୍ତା (ଏକ୍ୟୁଆଇ)କୁ ‘ଭଲ’, ୫୧ରୁ ୧୦୦ ଏକ୍ୟୁଆଇକୁ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ପର୍ଯ୍ୟନ୍ତ ଏକ୍ୟୁଆଇକୁ ‘ମଧ୍ୟମ’, ୨୦୧ରୁ ୩୦୦ ଏକ୍ୟୁଆଇକୁ ‘ଖରାପ’, ୩୦୧ରୁ ୪୦୦ ଏକ୍ୟୁଆଇକୁ ‘ବିପଦଜନକ’ ଏବଂ ୪୦୧ରୁ ୫୦୦ ଏକ୍ୟୁଆଇକୁ ‘ଅତିବିପଦ ଜନକ’ ଶ୍ରେଣୀଭୁକ୍ତ କରାଯାଇଛି।
ଦିଲ୍ଲୀ ଏବଂ ଏନ୍‍ସିଆରର ୧୮ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ବାୟୁର ଗୁଣାବତ୍ତା ‘ଅତିବିପଜନକ’ ରେକର୍ଡ କରାଯାଇଛି। ମଙ୍ଗଳବାର ଅପରାହ୍ଣ ୪ଟା ବେଳେ ଆନନ୍ଦ ବିହାରରେ ବାୟୁ ପ୍ରଦୂଷଣସ୍ତର ୪୬୭-ଏକ୍ୟୁଏମ୍‍ ରେକର୍ଡ କରାଯାଇଛି। ଅର୍ଥାତ ପ୍ରଦୂଷଣ ମାନକ ୧୦ ଗୁଣା ବଢିଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ପଡୋଶୀ ରାଜ୍ୟରେ ଅମଳ ପରେ ବିଲରେ ନିଅାଁ ଲଗାଯାଉଛି । ଏହାସହ ଶୀତ ଆସିବା ପରେ ନଡ଼ା ଜାଳିବା ମାତ୍ରା ବଢିଯାଇଛି। ଏହାର ପ୍ରଭାବ ଦିଲ୍ଲୀ ଉପରେ ପଡ଼ିଛି। ଫଳରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିଯାଇଛି। କେନ୍ଦ୍ର ପରିଚାଳିତ ବାୟୁ ଗୁଣାବତ୍ତା ପୂର୍ବାନୁମାନ ଏବଂ ଗବେଷଣା ବ୍ୟବସ୍ଥା ‘ସିଷ୍ଟମ ଅଫ ଏୟାର କ୍ୱାଲିଟି ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ’ (ଏସ୍‍ଏଏଫଏଆର) ବାୟୁ ଗୁଣାବତ୍ତାରେ ହ୍ରାସ ପାଇଁ ପଡ଼ୋଶୀ ରାଜ୍ୟରେ ନଡ଼ା ଜାଳିବାକୁ ଦାୟୀ କରିଛନ୍ତି। ଏହାଯୋଗୁଁ ବାୟୁ ପ୍ରଦୂଷଣ ୨.୫ରୁ ୨୮ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ବୋଲି କୁହାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories