www.samajalive.in
Saturday, December 13, 2025
26.1 C
Bhubaneswar

ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ମହୁମାଛି ଆକ୍ରମଣ, ଶିକ୍ଷକ ଗୁରୁତର

ଭୁବନେଶ୍ୱର (ସମାଜ ଡିଜିଟାଲ୍‌ ଡେସ୍କ)- ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ମହୁମାଛି ଆକ୍ରମଣ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଏଥିରେ ୧୦ ଜଣ ପରୀକ୍ଷାର୍ଥୀ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଜଣା ପଡିଛି । ପରୀକ୍ଷା କେନ୍ଦ୍ରର ସହକାରୀ ଶିକ୍ଷକ କିଶର ମହାନ୍ତି ଏଥିରେ ଗୁରୁତର ହୋଇଛନ୍ତି ।

ପରୀକ୍ଷା କେନ୍ଦ୍ର ନିକଟରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ଗଛରେ ମହୁଫେଣା ରହିଛି । କିଛି ଚଢେଇ ଏହା ଉପରେ ବସିଯିବାରୁ ଗତକାଲି ରାସ୍ତାରେ ଯାଉଥିବା ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ସୋମବାରରେ ମହୁମାଛି ପରୀକ୍ଷାର୍ଥୀଙ୍କ ସହ ଶିକ୍ଷକଙ୍କୁ ଆକ୍ରମଣ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories