www.samajalive.in
Sunday, December 14, 2025
23.1 C
Bhubaneswar

ଗରମ ଡାଲିରେ ପଡ଼ି ଅଷ୍ଟମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର (ସମାଜ ଡିଜିଟାଲ୍‌ ଡେସ୍କ) – ସୁନ୍ଦରଗଡ ଜିଲ୍ଲାରେ ଅଭାବନୀୟ ଘଟଣା । କୋଇଡା ବ୍ଲକ୍‌ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଡାଲିରେ ପଡି ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ଅଷ୍ଟମଶ୍ରେଣୀର ବୋଲି ଜଣା ପଡିଛି । ପାଟମୁଣ୍ଡା ଗାଁର ଛାତ୍ର ଗେଲେଟ ହାନଗା ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ସେ ୬ ତାରିଖରେ ଛାତ୍ରାବାସରେ ରୋଷେଇ ଚାଲିଥିବା ବେଳେ ରୋଷେୟାଙ୍କୁ ସାହାଯ୍ୟ କରୁଥିଲେ ।

ଡାଲି ହଣ୍ଡା ଓହ୍ଲାଉଥିବା ବେଳେ ତାଙ୍କ ହାତରୁ ଖସିଯାଇଥିଲା । ତାଙ୍କ ଉପରେ ଗରମ ଡାଲି ପଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ରାଉରକେଲା ଜେନେରାଲ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗେଲେଟଙ୍କର ମୃତ୍ୟୁ ହୋଇଛି ।

- Advertisement -

ଛାତ୍ରାବାସରେ ୨୦୦ ଛାତ୍ର ଥିବା ବେଳେ ସେଠାରେ ଜଣେ ମାତ୍ର ରୋଷେୟା ଅଛନ୍ତି । ସ୍କୁଲ୍‌ର ଛୋଟ ପିଲାଙ୍କୁ ଛାତ୍ରାବାସରେ ରୋଷେଇ ବେଳେ ସାହାଯ୍ୟ କରିବା ପାଇଁ କାହୁଯାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ବିଦ୍ୟାଳୟର କର୍ତ୍ତୃପକ୍ଷ ଜାଣିଥିଲେ ବୋଲି କିଛି ଅଭିଭାବକ ଦାବି କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories