www.samajalive.in
Saturday, December 13, 2025
26.1 C
Bhubaneswar

ମୋବାଇଲ୍‌ ପାଇଁ ସ୍ୱାମୀଙ୍କୁ ପନିକିରେ ହାଣି ଦେଲା ସ୍ତ୍ରୀ

ଭୁବନେଶ୍ୱର (ସମାଜ ଡିଜିଟାଲ୍‌ ଡେସ୍କ)- ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ କେସରକେଲା ଗ୍ରାମରେ ଅଭାବନୀୟ ଘଟଣା । ମୋବାଇଲ୍‌ ପାଇଁ ପନିକିରେ ସ୍ୱାମୀଙ୍କୁ ହାଣିଦେଲା ସ୍ତ୍ରୀ । ଗଣେଶ୍ୱର ସୁନା ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ଇଶ୍ୱରୀ କୁମାରୀ ତାଙ୍କୁ ପନିକିରେ ହାଣି ଦେଇଥିବା ଅଭିଯୋଗ ହୋଇଛି । ଇଶ୍ୱରୀଙ୍କ ଘର ଛତିଶଗଡରେ । ସେମାନଙ୍କ ୪ ବର୍ଷର ଝିଅ ଅଛି । ମୋବାଇଲ୍ ପାଇଁ ମଝିରେ ମଝିରେ ସ୍ୱାମୀ ସ୍ତ୍ରୀଙ୍କର ଝଗଡା ହୁଏ ।

ଶନିବାରରେ ଇଶ୍ୱରୀ ତାଙ୍କ ସ୍ୱାମୀଙ୍କୁ ମୋବାଇଲ୍‌ ଦେଖିବା ପାଇଁ ମାଗିଥିଲେ । ଡାଟା ଶେଷ ହୋଇଯିବ ବୋଲି ତାଙ୍କ ସ୍ୱାମୀ ଗଣେଶ୍ୱର ମୋବାଇଲ୍‌ ଦେବାକୁ ମନା କରିଦେଇଥିଲେ ।ଗତକାଲି ରାତିରେ ଗଣେଶ୍ୱର ଶୋଇଥିବା ବଳେ ଇଶ୍ୱରୀ ପନିକି ଆଣି ତାଙ୍କ ସ୍ୱମୀଙ୍କ ମୁଣ୍ଡକୁ ଚୋଟ ମାରିଥିବା ଅଭିଯୋଗ ହୋଇଛି । ଗଣେଶ୍ୱର ରୋକିବା ପାଇଁ ଚେଷ୍ଟା କରିଥିବା ବେଳେ ତାଙ୍କ ହାତକୁ ଚୋଟ ମାରିଥିଲେ ।

- Advertisement -

ଏହାପରେ ଇଶ୍ୱରୀ ତାଙ୍କ ଝିଅ ସହ କୁଆଡେ ପଳାଇଛନ୍ତି । ଗଣେଶ୍ୱରଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories