www.samajalive.in
Saturday, December 13, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷାରେ କପି, ଶିକ୍ଷକ-ଅଭିଭାବକଙ୍କ କଥାବାର୍ତ୍ତା ପ୍ରଘଟ

ନିମାପଡା: ମାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଓ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ କଟକଣା ସତ୍ତ୍ବେ କପି ପାଇଁ ଜଣେ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ମୂଲଚାଲ ହେଉଥିବା ଏକ ଅଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଭାଇରାଲ ଅଡିଓଟି ନିମାପଡା ବ୍ଲକ ହରିପୁର ପଂଚାୟତରେ ଥିବା ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ମୁକ୍ତ ବିଦ୍ୟାଳୟ ସେକେଣ୍ଡାରୀ (ଏସ୍‌ଓଏସି) ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରର ଅଭିଭାବକଙ୍କର ବୋଲି ଜଣାପଡିଛି। ଉକ୍ତ କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟ ସେକେଣ୍ଡାରୀ ପରୀକ୍ଷା ଦେଉଥିବା ପ୍ରାପ୍ତ ବୟସ୍କ ବିଦ୍ୟାର୍ଥୀଙ୍କୁ କପି ଯୋଗାଇ ଦେବାରେ ସାହାଯ୍ୟ କରିବା ପାଇଁ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ନିମାପଡା ବ୍ଲକ ହରିପୁର ପଂଚାୟତରେ ଥିବା ଏକ ହାଇସ୍କୁଲର ଜଣେ ଶିକ୍ଷକ ମୋବାଇଲରେ ଜଣେ ଅଭିଭାବକଙ୍କ ସହିତ ମୂଲଚାଲ କରିଥିଲେ। ଏହି ଅଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସଂପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି,ଏହି ବିଷୟ ମୋ ନଜରକୁ ଆସିବା ପରେ ୩ ଦିନ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ବୋର୍ଡ ସଭାପତିଙ୍କୁ ନିର୍ଦେଶ ଦେଇଛି। ଏହାସହିତ ଉକ୍ତ କେନ୍ଦ୍ରରେ କେନ୍ଦ୍ରୀୟ ସ୍କ୍ୱାଡଙ୍କ ଉପସ୍ଥିତିରେ ଅବଶିଷ୍ଟ ପରୀକ୍ଷାଗୁଡିକ କରାଯିବ ବୋଲି ସେ କହିଛନ୍ତି। ଉକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ଯେ ପ୍ରଘଟ ହୋଇଥିବା ଅଡିଓ ବାର୍ତ୍ତାଳାପରେ କପି ପାଇଁ ସେଭଳି କୌଣସି ଅର୍ଥ ଦାବି କରିବା କଥା କୁହାଯାଇନି। ବିଦ୍ୟାଳୟକୁ ବଦନାମ କରିବା ପାଇଁ କିଛି ନ୍ୟାସ୍ତସ୍ୱାର୍ଥ ଲୋକଙ୍କ ଏହା ଏକ ହୀନ ଉଦ୍ୟମ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories