www.samajalive.in
Saturday, December 13, 2025
26.1 C
Bhubaneswar

ଆଇପିଏଲ୍‌ରୁ ସନ୍ନ୍ୟାସ ନେବେ ଧୋନି !

ନୂଆଦିଲ୍ଲୀ :  ଆଇପିଏଲ୍‌ରୁ ସନ୍ନ୍ୟାସ ନେବେ ଧୋନି ! ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ​ତେବେ ​୨୦୨୩ ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଚେନ୍ନଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖେଳାଳି ଭାବେ ସନ୍ନ୍ୟାସ ନେବା ସମ୍ଭାବନା ରହିଛି। ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଓପନର୍‌ ମ୍ୟାଥୁ ହେଡେନ୍‌।
୨୦୦୮ରୁ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ତରଫରୁ ଆଇପିଏଲ୍‌ ଖେଳି ଆସୁଛନ୍ତି । ତାଙ୍କ ନେତୃତ୍ବରେ ଚେନ୍ନଇ ସୁପର କିଙ୍ଗ୍‌ସ ୪ଟି ଆଇପିଏଲ୍‌ ଟାଇଟଲ୍‌ ଜିତିଛି । ​ତେବେ ଚଳିତ ସଂସ୍କରଣ ପରେ ଧୋନି ଆଇପିଏଲ୍‌ରୁ ସନ୍ନ୍ୟାସ ନେବା ସମ୍ଭାବନା ଅଧିକ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ହେଡେନ୍‌ ମତ ଦେଇଛନ୍ତି । ଧୋନି ସମ୍ଭବତଃ ଶେଷଥର ପାଇଁ ଆଇପିଏଲ୍‌ରେ ଖେଳୁଥିବାରୁ ଚଳିତ ସଂସ୍କରଣରେ ଚେନ୍ନଇ ଦଳ ଚମ୍ପିଆନ ହେବାକୁ ପ୍ରୟାସ କରିବ। ଏହା ଧୋନିଙ୍କ ପାଇଁ ଦଳ ତରଫରୁ ଉପହାର ହେବ ବୋଲି ହେଡେନ୍‌ କହିଛନ୍ତି। ଘରୋଇ ଷ୍ଟାଡିୟମରେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳକୁ ପରାସ୍ତ କରିବା ଯେକୌଣସି ଦଳ ପାଇଁ କାଠିକର ପାଠ ହୋଇଥିବା ବେଳେ ଏଠାରେ ଖେଳି ଧୋନି ନିଜ ଆଇପିଏଲ୍‌ କ୍ୟାରିୟର ଶେଷ କରିବାକୁ ନିଶ୍ଚିତ ଭାବେ ଚାହିଁବେ। ସେହିପରି ଘରୋଇ ଷ୍ଟାଡିୟମରେ ଧୋନିଙ୍କ ଖେଳ ଦେଖିବାକୁ ତାଙ୍କର ହଜାରହଜାର ପ୍ରଶଂସକ ଉପସ୍ଥିତ ରହିବେ ବୋଲି ହେଡେନ୍‌ ଆଶାବ୍ୟକ୍ତ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories