www.samajalive.in
Saturday, December 13, 2025
26.1 C
Bhubaneswar

ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଓ ବନରକ୍ଷୀ ନିଲମ୍ବିତ

ମାଲକାନଗିରି : ମାଲକାନଗିରି ଜିଲା ବାଲିମେଳା କେନ୍ଦୁପତ୍ର ବନାଞ୍ଚଳ ଅନ୍ତର୍ଗତ କୁଡୁମୁଲୁଗୁମ୍ମାରେ ୮ ଜଣ କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଦୁର୍ଗାପ୍ରସାଦ ନାୟକ ଓ ବନରକ୍ଷୀ ପଦ୍ମିନୀ ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଛି। କେନ୍ଦୁପତ୍ର ରାମହରି ଦୋରା, ବୁଦ୍ରୀ ଦୋଳା, ଲଛମନ ବଡ଼ନାୟକ, ମୋହନ ସିଂ, ପରି ହନ୍ତାଳ, ବୃନ୍ଦା ପାଙ୍ଗି, ରାମ ଖମାର, ସମାରୀ ପାଙ୍ଗିଙ୍କର ମୃତ୍ୟ ଘଟିଛି। ଏମାନଙ୍କ ପରିବାରକୁ କେନ୍ଦୁପତ୍ର ବିଭାଗ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ୨ ଲକ୍ଷ ଲେଖାଏଁ ଯୋଗାଇ ଦିଆଯାଇଥିଲା । ଗୁମ୍ମା ବିଟ୍‌ରେ ଥିବା ମହିଳା ବନରକ୍ଷୀ ପଦ୍ମିନୀ ପଟ୍ଟନାୟକ ଏହି ପରିବାର ବର୍ଗଙ୍କ ନିକଟକୁ ଯାଇ ଉକ୍ତ ଟଙ୍କା ପ୍ରଦାନ ସମୟରେ ପ୍ରତ୍ୟେକ ପରିବାର ଠାରୁ ୪୦ ହଜାର ଟଙ୍କା ଲେଖାଏଁ ମୋଟ ୩ ଲକ୍ଷ ୨୦ ହଜାର ଟଙ୍କା ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି କହି ଲାଞ୍ଚ ଆକାରରେ ନେଇଥିଲେ।

image source : patrika, Representational Image

ଏ ନେଇ ସମାଜସେବୀ ଶରତ ବୁରୁଦାଙ୍କୁ ମୃତକଙ୍କ ପରିବାରବର୍ଗ ଜଣାଇଥିଲେ। କେନ୍ଦୁପତ୍ର ବିଭାଗର ବନଖଣ୍ଡ ଅଧିକାରୀ ପ୍ରଫୁଲ୍ଲ ମଣ୍ଡଳଙ୍କୁ ଜଣାଇ ସହ ଏହାର ତଦନ୍ତ ପାଇଁ ଦାବି କରାଯିବା ପରେ ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା। ମହିଳା ବନରକ୍ଷୀ ଦୋଷୀ ବୋଲି ଜଣାପଡ଼ିବା ପରେ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା​ରେ‌ ସମ୍ପୃକ୍ତି ଅଭିଯୋଗରେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବନଖଣ୍ଡ ଅଧିକାରୀ ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି। ବନରକ୍ଷୀ ସଂଗ୍ରହ କରିଥିବା ୩ ଲକ୍ଷ ୨୦ହଜାର ଟଙ୍କା ମୃତକଙ୍କ ପରିବାରବର୍ଗଙ୍କୁ ଦେବାପାଇଁ ଶ୍ରୀ ବୁରୁଦା ଦାବି କରିଛନ୍ତି। କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଶ୍ରୀ ମଣ୍ଡଳ ଅନ୍ୟ ଜିଲାରୁ ସ୍ୱତନ୍ତ୍ର ଭାବେ ତଦନ୍ତକାରୀ ଅଧିକାରୀମାନଙ୍କୁ ନିୟୋଜିତ କରି ଘଟଣାର ନିରପେକ୍ଷ ତଦନ୍ତ ସହ ଘଟଣାର ସତ୍ୟାସତ୍ୟ ପଦାରେ ପକାଇଥିବାରୁ ଶ୍ରୀ ବୁରୁଦା ଧନ୍ୟବାଦ ଜଣାଇଛନ୍ତି। କେବଳ ବାଲିମେଳା କେନ୍ଦୁପତ୍ର ବନାଞ୍ଚଳର ଏପରି ଘଟଣା ଲୋକ ଲୋଚନକୁ ଆସିଥିବା ବେଳେ ଜିଲାରେ ସମସ୍ତ ଅଞ୍ଚଳରେ ଶ୍ରମିକମାନଙ୍କ କଲ୍ୟାଣ ପାଣ୍ଠି, ଏବଂ ମୃତ୍ୟୁକାଳୀନ ଅନୁକମ୍ପା ସହାୟତା ହରିଲୁଟ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଘଟଣା ଲୋକଲୋଚନକୁ ଆସିବ ବୋଲି ସମାଜସେବୀ ଶରତ ବୁରୁଦା ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories