www.samajalive.in
Sunday, December 14, 2025
26.1 C
Bhubaneswar

ଆଳୁକୁ ଫ୍ରିଜରେ ରଖି ଖାଆନ୍ତୁ ନାହିଁ : ଦେଖାଦେବ ଏପରି ସମସ୍ୟା

ପନିପରିବା ନଷ୍ଟ ନହେବା ପାଇଁ ଲୋକେ ଏହାକୁ ଫ୍ରିଜରେ ରଖିଥାଆନ୍ତି। ହେଲେ ଏପରି ଏକ ପରିବା ଅଛି ଯାହାକୁ ଫ୍ରିଜରେ ରଖି ଖାଇବା ଶରୀର ପାଇଁ ଖୁବ୍ ହାନିକାରକ ସାବ୍ୟସ୍ତ ହୋଇଥାଏ। ସେହି ପରିବା‌ ହେଉଛି ଆଳୁ।

ଆଳୁ ଏପରି ଏକ ପରିବା ଯାହା ଅଧିକାଂଶ ଖାଦ୍ୟରେ ବ୍ୟବହାର କରାଯାଇଥାଏ। ଆଳୁକୁ କେବଳ ଖାଇବା ପାଇଁ ନୁହେଁ, ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।
ହେଲେ ଏହାକୁ ଫ୍ରିଜ୍ରେ ରଖି ଖାଇବା ଓ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥାଏ। ଲୋକମାନେ ଅନେକ ସମୟରେ ସିଝା ଆଳୁ କିମ୍ୱା ଆଳୁରୁ ପ୍ରସ୍ତୁତ ଦ୍ରବ୍ୟକୁ ଫ୍ରିଜ୍ରେ ରଖି ଥାଆନ୍ତି। ହେଲେ ସେମାନେ ଏ ବିଷୟରେ ଅବଗତ ନଥା’ନ୍ତି ଯେ, ଆଳୁକୁ ଫ୍ରିଜରେ ରଖି ବ୍ୟବହାର କରିବା ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ।
ଯେବେ ଆପଣ ଆଳୁକୁ ଫ୍ରିଜ୍ ରେ ରଖନ୍ତି, ତାପମାତ୍ରା କମ୍ ହେବା ଯୋଗୁଁ ଆଳୁରେ ଥିବା ଭିଟାମିନ୍ ଓ ପୋଷକ ତତ୍ତ୍ୱ ପ୍ରଭାବିତ ହୋଇଥାଏ। ଏହାପରେ ଆପଣ ସେହି ଆଳୁରେ କୌଣସି ବ୍ୟଞ୍ଜନ ତିଆରି କରିବା ସମୟରେ ଆଳୁ ଏମିନୋଏସିଡ୍ ସହିତ ମିଶି ଏକ୍ରିଲାମାଇଲଡ୍ ନାମକ କ୍ୟାମିକାଲ୍ ଉତ୍ପାଦନ କରିଥାଏ। ଯାହା ଦ୍ବାରା କର୍କଟ ରୋଗ ହୋଇଥାଏ।
ଏକ୍ରିଲାମାଇଲଡ୍ କ୍ୟାମିକାଲର ବ୍ୟବହାର କାଗଜ ଏବଂ ପ୍ଲାଷ୍ଟିକ୍ ତିଆରି ପାଇଁ କରାଯାଇଥାଏ। ଏହା ସହିତ ପାଣିକୁ ସଫା କରିବା ପାଇଁ ଏହି ଏସିଡ଼୍ ର ବ୍ୟବହାର କରାଯାଏ।
ଯେତେବେଳେ ଫ୍ରିଜ୍ ରେ ରଖାଯାଇଥିବା କୌଣସି ଖାଦ୍ୟପଦାର୍ଥକୁ ଉଚ୍ଚ ତାପମାତ୍ରାରେ ଗରମ କରାଯାଇଥାଏ, ସେହି ସମୟରେ ଏହି କ୍ୟାମିକାଲର ଉତ୍ପାଦନ ହୋଇଥାଏ। ଆଳୁରେ ଏହି କ୍ୟାମିକାଲର ପ୍ରଭାବକୁ କମ୍ କରିବା ପାଇଁ ଆଳୁକୁ ଫ୍ରିଜରେ କେବେହେଲେ ରଖନ୍ତୁ ନାହିଁ।

- Advertisement -

 

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories