www.samajalive.in
Sunday, December 14, 2025
23.1 C
Bhubaneswar

ଦାଦନ ଶ୍ରମିକଙ୍କୁ ହତ୍ୟା ଘଟଣାକୁ ୬ ଦିନ ବିତିଲା, କାରଣ ଅସ୍ପଷ୍ଟ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାରିଆଗାଁର ଜଣେ ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ହତ୍ୟାର ଶିକାର ହୋଇଥିବା ଦାଦନ ଶ୍ରମିକ ଜଣକ ହେଲେ ସେହି ଗାଁର ଶରତ ପରିଚ୍ଛା। ଏନେଇ ପରିବାର ଲୋକେ ସୋମବାର ଅଡବା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଜାରି ରଖିଛି ଅଡବା ପୁଲିସ। ତେବେ ହତ୍ୟା କରାଯାଇଥିବା ସଂମ୍ପର୍କରେ ଯେଉଁ ମୋବାଇଲ୍ ନମ୍ବରରୁ କଲ ଆସିଥିଲା ସେହି ମୋବାଇଲ ନମ୍ବର ଲୋକେସନ ଖୋଜୁଛି ଅଡବା ପୁଲିସ। ଲୋକେସନ ଜଣାପଡ଼ିବା ପରେ ଘଟଣାର ପର୍ଦାଫାଶ ହୋଇପାରିବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି। ଅନ୍ୟ ପକ୍ଷରେ ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବା ଯୋଗୁଁ ଗଜପତି ଏସପି ସ୍ଵାତୀ ଏସ. କୁମାର ତାମିଲନାଡୁର ତୁତୁଗି ଜିଲ୍ଲା ଏସପିଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ବାରିଆଗାଁର ଶରତ ପ୍ରାୟ ଗୋଟିଏ ବର୍ଷ ହେଲା କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ବର୍ତ୍ତମାନ ଆଠ ମାସ ହେଲା ତାମିନାଡୁରେ କାମ କରୁଥିଲେ। ତେବେ ଗତ ରବିବାର ସନ୍ଧ୍ୟା ସମୟରେ ଶରତଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ଏକ କଲ ଆସିଥିଲା। ଭିଡିଓ କଲ୍ କରିବା ସହ ଶରତଙ୍କ ଦେଢ଼ଶାଶୁ ମାର୍ଥା ପରିଛାଙ୍କ ମୋବାଇଲରେ ଶରତଙ୍କୁ କଲ କରିବା ବେଳେ ଏକ ଅନ୍ଧାର ଘରେ ତାଙ୍କୁ କେହି ଆକ୍ରମଣ କରୁଥିବା ଦେଖିବାକୁ ପାଇଥିଲେ। ଏହା ପରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଫଟୋ ସେହି ମୋବାଇଲକୁ ପଠାଇଥିଲେ। ଏହି ମୃତ ଦେହ ଶରତଙ୍କର ବୋଲି ପରିବାର ଲୋକେ କହିଛନ୍ତି। ତେଣୁ ଏହି ଶବଟିକୁ ତୁରନ୍ତ ନେବାପାଇଁ ଆସ ନଚେତ ଏଠାରେ ଫିଙ୍ଗି ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ପରିବାର ଲୋକେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories